କୁଆଡ଼େ ଗଲା ବିଶ୍ବବିଦ୍ୟାଳୟ ଅଡିଟ୍‌ ରିପୋର୍ଟ?

ନିୟମ ଭାଙ୍ଗୁଛନ୍ତି, ୨୯ଟି ସଂସ୍ଥା ରିପାର୍ଟ ଦେଇନାହାନ୍ତି, ବିଭାଗୀୟ ମନ୍ତ୍ରୀଙ୍କୁ ଗୃହକୁ ଡାକି ପଚାରିବାକୁ ଦାବି, କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ, ବୈଠକ ସୋମବାର

ଭୁବନେଶ୍ବର : ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ର ରାଜ୍ୟରେ େଖାଲା ଉଲ୍ଲଂଘନ ଚାଲିଛି। ଓଡ଼ିଶାର ସମସ୍ତ ବିଶ୍ବବିଦ୍ୟାଳୟ ପ୍ରତିବର୍ଷ ଅଡିଟ୍ କରିବା କଥା। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପନ କରିବା କଥା। ଏହା ବାଧ୍ୟତାମୂଳକ।

ଦୀର୍ଘ ୨୦ ବର୍ଷ ହେଲାଣି, ଯେବେଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିଲେ, ସେବେଠାରୁ ଏହି ରିେପାର୍ଟ ବିଧାନସଭାରେ ଉପସ୍ଥାପନ େହଉନାହିଁ। ଆଜି ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଏଭଳି ସଙ୍ଗିନ ଅଭିେଯାଗ ଆଣି ସରକାରଙ୍କୁ ଅକଳରେ ପକାଇ ଦେଇଥିଲେ। ବିଭିନ୍ନ ବିଶ୍ବବିଦ୍ୟାଳୟରେ ଦୁର୍ନୀତିର ଗନ୍ଧ ବାହାରୁଛି େବାଲି ଅଭିେଯାଗ ଆଣି, ପୁଳା ପୁଳା ପ୍ରଶ୍ନ ପଚାରିଥିଲେ। କହିଥିଲେ, ଏସବୁ ବିଶ୍ବବିଦ୍ୟାଳୟରେ ଅଡିଟ୍ ହେଉଛି ନା ନାହିଁ? ଯଦି େହଉନଥିବ, ଏହା ଆହୁରି ମାରାତ୍ମକ। ଯଦି ଅଡିଟ୍ େହାଇଛି, ତେବେ ଏ ରିେପାର୍ଟ ବିଧାନସଭାରେ ଉପସ୍ଥାପନ େହଉନାହିଁ କାହିଁକି? ବିଶ୍ବବିଦ୍ୟାଳୟ ଦୁର୍ନୀତି ଚାପିବାକୁ ଉଦ୍ୟମ େହଉଛି କି?

କେବଳ ସେତିକି ନୁେହଁ, ଶ୍ରୀ ମିଶ୍ର ଦାବି କରିଥିଲେ େଯ ସରକାର ତୁରନ୍ତ ଉଚ୍ଚଶିକ୍ଷା, ଓଡ଼ିଆ, ଭାଷା ସାହିତ୍ୟ ଓ ସଂସ୍କୃତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କୃଷି, ସୂଚନା ପ୍ରଯୁକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଶିଳ୍ପ ବିଭାଗର ମନ୍ତ୍ରୀଙ୍କୁ ଗୃହକୁ ଡାକି ଆେଲାଚନା କରନ୍ତୁ।

ଶ୍ରୀ ମିଶ୍ର କହିଥିଲେ, ବିଧାନସଭାରେ ଆଇନ ଅନୁେମାଦନ ପରେ ରାଜ୍ୟରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଆରମ୍ଭ େହାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ମାଧ୍ୟମିକ ଶିକ୍ଷା େବାର୍ଡ ବି। ଘରୋଇ ବିଶ୍ବବିଦ୍ୟାଳୟମାନେ ସରକାରଙ୍କଠାରୁ ମାଗଣା ବା ଅଳ୍ପ ଦାମରେ ଜମି ନେଇ ବିଶ୍ବବିଦ୍ୟାଳୟ କରିଛନ୍ତି। ଏ ସଂକ୍ରାନ୍ତ ଆଇନ ବି ବିଧାନସଭାରେ ଅନୁେମାଦନ ଲାଭ କରିଛି। ଅତଏବ, ସମସ୍ତ ବିଶ୍ବବିଦ୍ୟାଳୟ ବର୍ଷକୁ ଥରେ ଅଡିଟ୍ କରିବେ ଓ ଅଡିଟ୍ ରିେପାର୍ଟ ବିଧାନସଭାରେ ଉପସ୍ଥାପନ େହବା କଥା। ଏହିଭଳି ୨୯ଟି ଶିକ୍ଷାନୁଷ୍ଠାନ ତାଲିକା ବିଧାନସଭା ରିସର୍ଚ ଵିଙ୍ଗ୍ ଦେଇଛନ୍ତି, େଯଉଁମାନେ ତାଙ୍କ ବାର୍ଷିକ ରିେପାର୍ଟ ଉପସ୍ଥାପନ କରିଛନ୍ତି। ଏସବୁ ସଂସ୍ଥା ସହ ଉଚ୍ଚଶିକ୍ଷା ନିେର୍ଦଶକ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ। ତାଙ୍କର କାମ େହଉଛି, ଅଡିଟ୍ କରିବା ଓ ଏହା ବିଧାନସଭାରେ ଉପସ୍ଥାପନ େହଲା କି ନାହିଁ, ତାହା େଦଖିବା। ସେହିଭଳି ବିଭାଗର ସଚିବ ଏହା ତଦାରଖ କରିବେ। ମନ୍ତ୍ରୀ କିନ୍ତୁ ଗୃହ ନିକଟରେ ଉତ୍ତରଦାୟୀ।

ଶ୍ରୀ ମିଶ୍ର କହିଥିଲେ, ବିଭିନ୍ନ ବିଶ୍ବବିଦ୍ୟାଳୟରେ ଦୁର୍ନୀତି ଅଭିେଯାଗ ଆସୁଛି। କିଛି ଘରୋଇ ବିଶ୍ବବିଦ୍ୟାଳୟ ବ୍ୟବସାୟୀକରଣ ଆରମ୍ଭ କରିଦେଲେଣି। ପ୍ରମାଣ ନଥିଲେ ବି ସନ୍ଦେହ େହଉଛି। ସରକାରଙ୍କ କାମ େହଉଛି, ସନ୍ଦେହ େମାଚନ କରିବ। ଏଣୁ ଏହି ରିେପାର୍ଟ ଆସିଲେ ହିଁ ସତ୍ୟାସତ୍ୟ ଜଣାପଡିବ। ବାଚସ୍ପତି ଏହାକୁ ଗୁରୁତର ଭାବେ ନେବା ପାଇଁ ଶ୍ରୀ ମିଶ୍ର ଦାବି କରିଥିଲେ।

ମାତ୍ର ବାଚସ୍ପତି ଅନ୍ୟ ସଭ୍ୟଙ୍କୁ କହିବାକୁ ଡାକିବାକୁ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବିଧାନସଭା ପ୍ରଥମେ ୧୧ଟା ୫୫ରୁ ୧୨ଟା ୫୦ ଓ ପରେ ୧୨ଟା ୫୨ରୁ ୩ଟା ଯାଏ ମୁଲତବୀ େହାଇଥିଲା। ୧୨ଟା ୫୦ରେ ଗୃହ ଆରମ୍ଭ ହେବା ପରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଗୃହକୁ ନିୟନ୍ତ୍ରଣକୁ ଆଣିବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ହେଲେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅନୁପସ୍ଥିତ ଥିବା କାରଣରୁ ବୈଠକ ଆସନ୍ତା େସାମବାର ଦିନ େହବ େବାଲି ସ୍ଥିର େହାଇଛି।

ସମ୍ବନ୍ଧିତ ଖବର