ବିଶ୍ୱବିଦ୍ୟାଳୟରେ ଇ-ସିଗାରେଟ୍‌ ମନା

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟଗୁଡ଼ିକରେ ଇ-ସିଗାରେଟ୍‌ ଉପରେ ଲାଗିଛି କଟକଣା। କୌଣସି ଛାତ୍ରଛାତ୍ରୀ ଯେପରି ଇ-ସିଗାରେଟ୍‌ କବଳରେ ନ ପଡ଼ନ୍ତି ସେଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଙ୍କ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ଆଜି ଚିଠି ଲେଖାଯାଇଛି। ଏଥିରେ କୁହାଯାଇଛି ଯେ ଦି ପ୍ରୋହିବିସନ ଅଫ୍‌ ଇଲେକ୍ଟ୍ରୋନିକ୍‌ ସିଗାରେଟ୍‌ସ୍‌ ଅଡିନାନ୍ସ, ୨୦୧୯ ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇ-ସିଗାରେଟ୍‌କୁ ଦେଶରେ ବନ୍ଦ କରାଯାଇଛି। ତେବେ କିଛି କମ୍ପାନି ଆକର୍ଷଣୀୟ ପ୍ୟାକେଟ୍‌ ପ୍ରସ୍ତୁତ କରି ଇ-ସିଗାରେଟ୍‌ ବିକ୍ରି କରୁଛନ୍ତି। ତେଣୁ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଇ-ସିଗା‌ରେଟ୍‌ ଉପରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର