ବିଶ୍ୱବିଦ୍ୟାଳୟ ପରୀକ୍ଷା ଠିକ୍‌ ସମୟରେ କରାଯିବା ଦରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ପରୀକ୍ଷାଗୁଡ଼ିକ ଠିକ୍‌ ସମୟରେ କରାଯିବା ଦରକାର। ସେହିପରି ପରୀକ୍ଷା ଫଳ ପ୍ରକାଶନ ମଧ୍ୟ ନିର୍ଦ୍ଧାରିତ ସମୟରେ ହେଲେ ଭଲ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଶ୍ୱବିଦ୍ୟାୟର କୁଳପତିଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷ ଠାରୁ କୌଣସି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ।

ନବୀନ କହିଛନ୍ତି, ବିଶ୍ୱବିଦ୍ୟାଳୟମାନଙ୍କୁ ପାଣ୍ଠିର କୌଣସି ପ୍ରତିବନ୍ଧକ ରହିବ ନାହିଁ। ସରକାର ସମସ୍ତ ସମ୍ଭାବ୍ୟ ଉପାୟରେ ବିଶ୍ୱବିଦ୍ୟାଳୟକୁ ସମର୍ଥନ କରିବେ। ବିଶ୍ୱବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ସରକାର ପାଣ୍ଠି ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗବେଷଣା ଓ ପ୍ରକାଶନ ପାଇଁ ଶିକ୍ଷକଙ୍କୁ ଉତ୍ସାହିତ କରାଯିବା ଆବଶ୍ୟକ। ଯେକୌଣସି ମୂଲ୍ୟରେ ଅନୁଶାସନ ରକ୍ଷଣାବେକ୍ଷଣ କରାଯିବା ଆବଶ୍ୟକ। ଅଣ-ଛାତ୍ର ଓ ଅନଧିକୃତ ବ୍ୟକ୍ତିଙ୍କ ଠାରୁ କ୍ୟାମ୍ପସକୁ ମୁକ୍ତ ରଖିବା ଜରୁରୀ। ବାହାର ଲୋକଙ୍କ ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର