ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ କ୍ଷେତ୍ରରେ ୭ମ ବେତନ କମିସନ ଲାଗୁ କରା ନଯିବା ଓ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରାନଯିବା ପ୍ରତିବାଦରେ ଗୁରୁବାରଠାରୁ ଆନ୍ଦୋଳନକୁ ଓହ୍ଲାଇବେ ବିଶ୍ବବିଦ୍ୟାଳୟ ଶିକ୍ଷକ। ଓଡ଼ିଶା ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘ ଡାକରାରେ ଶିକ୍ଷକମାନେ ନଭେମ୍ବର ୯ ତାରିଖ ଯାଏ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ। ନଭେମ୍ବର ୧୨ରୁ ୧୭ ପର୍ଯ୍ୟନ୍ତ ମଧ୍ୟାହ୍ନରେ ଏକ ଘଣ୍ଟା ଲେଖାଏଁ ଧାରଣା ଦେବେ। ନଭେମ୍ବର ୧୯ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରୁ ଶିକ୍ଷକମାନଙ୍କ ଏକ ପଦଯାତ୍ରା ବାହାରି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କୁ ଦାବିପତ୍ର ପ୍ରଦାନ କରିବ। ତଥାପି ଦାବି ପୂରଣ ନ ହେଲେ ନଭେମ୍ବର ୨୬ରେ ଭୁବନେଶ୍ବର ରାମମନ୍ଦିର ଛକରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଏକ ମହମବତି ଶୋଭାଯାତ୍ରା କରାଯିବ ବୋଲି ମହାସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ଆନ୍ଦୋଳନରେ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ବ୍ରହ୍ମପୁର, ସମ୍ବଲପୁର, ଫକୀର ମୋହନ, ଉତ୍ତର ଓଡ଼ିଶା, ଓୟୁଏଟି, ବିପିୟୁଟି, ରେଭେନ୍ସା ଓ ସଂସ୍କୃତ ବିଶ୍ବବିଦ୍ୟାଳୟର ଶିକ୍ଷକମାନେ ସାମିଲ ହେବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp