ଜୟପୁର: କୋରାପୁଟ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ପାର୍ଶ୍ବରେ ଆଜି ଅଜଣା ବ୍ୟକ୍ତିର ମୃତ୍ୟୁ ହୋଇଛି। ଡିଏଚଏଚ ସମ୍ମୁଖରେ ଥିବା ହୋଟେଲ ଗୁଡିକରେ କାମ କରୁଥିବା ବ୍ୟକ୍ତି ଜଣକ ଗତ କାଲି ରାତିରେ ଆହାର କେନ୍ଦ୍ର ପାର୍ଶ୍ବରେ ଆସି ଶୋଇଥିଲେ। ଆଜି ଦ୍ବିପହରରେ ଆହାର କେନ୍ଦ୍ର ଚାଳିବା ସମୟରେ କିଛି ବ୍ୟକ୍ତି ଦେଖି ହସ୍ପିଟାଲ ମ୍ୟାନଜର ରୁପସୀ ମଧୁମିତା ନାୟକଙ୍କୁ ଅବଗତ କରିଥିଲେ। ସେ ଜୟପୁର ସଦରଥାନା ପୁଲିସକୁ ସୂଚନା ଦେବା ପରେ ପୁଲିସ ଉପସ୍ଥିତିରେ ହେଲ୍ପ ଡେସ୍କ, ସୁରକ୍ଷା କର୍ମୀ ଆଦି ଉକ୍ତ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରିଥିଲେ।
ମୃତ ବ୍ୟକ୍ତିର ପରିଚୟ ମିଳି ନ ପାରିବାରୁ ତାକୁ ଶବାଗାରରେ ରଖାଯାଇଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଶବାଗାରରେ ରଖାଯିବ। ଏହାରି ମଧ୍ୟରେ କେହି ପରିବାରବର୍ଗ ଆସିଲେ କିମ୍ବା ମୃତ ବ୍ୟକ୍ତି ଚିହ୍ନଟ ହେଲେ ତାପରେ ଯାଇ ବ୍ୟାବଛେଦ କରାଯିବ ବୋଲି କହିଛନ୍ତି ସଦରଥାନା ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)