୧୧ ବର୍ଷୀୟ ବାଳକକୁ ଚୋରି ଉଦ୍ୟମ ପଣ୍ଡ; ଲୋକେ ପିଛା କରିବାରୁ ବାଟରେ ପକାଇ ଦୁର୍ବୃତ୍ତ ଫେରାର୍

ପାଟଣାଗଡ଼: ୧୧ ବର୍ଷର ପିଲା ଚୋରି କରି ଦୁର୍ବୃତ୍ତ ମାନେ ଫେରାର ମାରୁଥିବା ବେଳେ ପିଲା ଜୋରରେ କାନ୍ଦିବାକୁ ବାଟରେ ଛାଡି ଦେଇ ପଳାୟନ କରିଥିବା ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ନାବଳକକୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଉଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ସଇଁତଳା ବ୍ଲକ ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ଗ୍ରାମର ଅନାବ ପୁଟେଲ ତାଙ୍କ ସ୍ତ୍ରୀ ଓ ପୁଅ ସହିତ ଗାଁ ମୁଣ୍ଡରେ ଥିବା ନିଜ ଜମିକୁ ଯାଇଥିଲେ। ଜମିରେ ପତି ପତ୍ନୀ ଥିବା ବେଳେ ଜମିକୁ ଲାଗିଥିବା ସଇଁତଳା-ଧୁମାଭଟା-ବେଲପଡା ରାସ୍ତା ଉପରକୁ ତାଙ୍କ ପୁଅ ଆସିଥିଲା। ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ଅନାବଙ୍କ ୧୧ ବର୍ଷର ପିଲାକୁ ନେଇ ଫେରାର ମାରିଥିଲେ। ପିଲାଟି ଜୋରରେ ପାଟି କରିବା ଓ କାନ୍ଦିବାରୁ ଲୋକେ ପିଛା କରିଥିଲେ। ପରେ ସେହି ରାସ୍ତାର ମଣ୍ଡଳ ଗ୍ରାମ ନିକଟରେ ଥିବା ଗିରିଗୋବର୍ଦ୍ଧନ ପାହାଡ ନିକଟରେ ଛାଡି ଦେଇ ପଳାୟନ କରିଥିଲେ। ପିଲାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରା ଯାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚି ନ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର