ଅଜଣା ଗାଡି ଧକ୍କାରେ ବାବାଙ୍କ ମୃତ୍ୟୁ

ଚୌଦ୍ୱାର-ମଙ୍ଗୁଳି: ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥର ନୁନ୍‌ଣ୍ଟିକିରି ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାବାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ବାବା ହେଉଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ଖରିସାହି ସ୍ଥିତ ମର୍ଦ୍ଦରାଜପୁର ଆଶ୍ରମର ଶିଶିର ଦାସ ମହାରାଜ (୫୦)। ଆଜି ବାବା ଶିଶିର ଦାସ ମହାରାଜ ନୟାଗଡ଼ା ଜିଲ୍ଲାର ଦଶପଲ୍ଲା ଅଞ୍ଚଳରୁ କେନ୍ଦ୍ରାପଡାକୁ ପ୍ରବଚନ ଦେବା ଉଦ୍ଦେଶ୍ୟରେ ଏକ ପ୍ଲେଜର ବାଇକ୍‌ (ଓଡି୨୫-୫୪୮୫)ରେ ଜଣେ ଭକ୍ତଙ୍କ ସହିତ ଯାଉଥିଲେ। କୌଣସି ଏକ ଅଜଣା ଗାଡି ଉକ୍ତ ବାଇକକୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଗାଡି ଚାଳକ ଦଶପଲ୍ଲାର ଜେଣ୍ଡଭୋଇ ଗ୍ରାମର କାଶୀନାଥରାଉତ ଛିଟ୍‌କି ପଡିଥିବା ବେଳେ ବାବାଙ୍କ ମୁଣ୍ଡରେ ଗାଡିଟି ଚଢିଯାଇଥିଲା । ଘଟଣାସ୍ଥଳରେ ଚୌଦ୍ୱାର ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର