ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ବୋର୍ଡା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳକ ସହ ଅପ୍ରାକୃତିକ ଯୈାନ ସମ୍ପର୍କ ରଖି ବ୍ଲାକମେଲ୍ କରିବା ମାମଲାର ଆଜି ପୋକ୍ସୋ କୋର୍ଟରେ ଶୁଣାଣି ହୋଇଥିଲା। କୋର୍ଟ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ୨୦୨୨ ମସିହା ଜୁନ ୨୮ ତାରିଖରେ କେଗାଁ ଥାନା ଅନ୍ତର୍ଗତ ବୋର୍ଡା ଅଞ୍ଚଳରେ ଜଣେ ନାବାଳକକୁ ଫୁସୁଲାଇ ନିଜ ଘରକୁ ଡାକି ଅପ୍ରାକୃତିକ ଯୈାନ ସମ୍ପର୍କ ରଖି ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଥିଲା।
ପରେ ବ୍ଲାକମେଲିଂ କରି ମୋବାଇଲରେ ଧମକ ଦେବା ନେଇ ନାବାଳକର ପରିବାର ପାଟଣାଗଡ଼ର ଗୌରୀ ନାଏକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ବୋର୍ଡା ଫାଣ୍ଡି ଅଧିକାରୀ ଟୁନା ସେଠୀ ଘଟଣାର ତଦନ୍ତ କରିଥିଲେ ଓ ଅଭିଯୁକ୍ତ ଗୌରୀ ନାଏକକୁ କୋର୍ଟ ଚାଲାଣ କରିଥିଲେ। ଏହି ମାମଲାର ବିଚାର କରି ଭବାନୀପାଟଣା ପୋକ୍ସୋ କୋର୍ଟର ସ୍ବତନ୍ତ୍ର ଜଜ ଶୁଭଞ୍ଜନ ମହାନ୍ତି ସାକ୍ଷ୍ୟ ପ୍ରମାଣକୁ ଆଧାରରେ ଗୈାରୀ ନାଏକଙ୍କୁ ବିରୋଧରେ ଉପରୋକ୍ତ ରାୟ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ସଶ୍ରମ କାରାଦଣ୍ଡା ପାଇଁ ଆଦେଶ ଦେଇଛନ୍ତି। ପୀଡ଼ିତ ନାବାଳକଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ରୋହିତ ମିଶ୍ର ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/imprisonment.jpg)