ଉନ୍ନତି ଯୋଜନା ମାମଲା: ସରକାର ଦାଖଲ କଲେ ରିପୋର୍ଟ, ୧୪ରେ ଚୂଡ଼ାନ୍ତ ଶୁଣାଣି

କଟକ : ସହରାଞ୍ଚଳ ବିକାଶ ନିମନ୍ତେ ଥିବା ସରକାରଙ୍କ ଉନ୍ନତି ଯୋଜନା ଅର୍ଥର ଉପଯୁକ୍ତ ବିନିଯୋଗ ପ୍ରସଂଗକୁ ନେଇ ଦାୟର ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହାଇକୋର୍ଟରେ ଅଗଷ୍ଟ ୧୪ରେ ହେବ। ଜଷ୍ଟିସ ସି.ଆର୍‌.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆଜି ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ରିପୋର୍ଟ ଦାଖଲ କରାଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ କର୍ମଚାରୀଙ୍କ ଅଭାବ ନେଇ ଉନ୍ନତି ଯୋଜନା ଅର୍ଥ ସଠିକ ଭାବେ ବିନିଯୋଗ ହୋଇପାରୁନଥିବା ଦର୍ଶାଇ ରାଜ୍ୟର କିଛି ଏନଏସି, ମୁନିସିପାଲିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ପୂର୍ବରୁ ହାଇକୋର୍ଟ ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଆବେଦନକାରୀ ଆନନ୍ଦପୁର କାଉନସିଲରଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର