ଝାରସୁଗୁଡ଼ା: ଝାରସୁଗୁଡ଼ା ସବ୍-ଜେଲରେ ରବିବାର ପ୍ରତ୍ୟୁଷରୁ ଜଣେ କଏଦୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ କଏଦୀର ନାମ ସୁଶାନ୍ତ ବୁଦୁଲା ଓ ସେ ଗତ ୨୦୧୪ ମସିହାରେ ଲଇକେରା ଥାନା ଅନ୍ତର୍ଗତ ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅପରାଧରେ ୭.୧୦.୨୦୨୧ରୁ ଆଜୀବନ କାରାଦଣ୍ଡ ଭୋଗୁଥିଲେ।
ଗତ ରାତିରେ ସାଢ଼େ ୨ଟାରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ଜେଲ ପକ୍ଷରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୋର ୪ ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Dead-body-File-Photo-1593530371-1.jpg)