ରଥଯାତ୍ରା ପୂର୍ବରୁ ଚିହ୍ନଟ ହେବ ଅସୁରକ୍ଷିତ କୋଠା

ପୁରୀ : ରଥଯାତ୍ରା ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ଏବଂ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଦୁଇପାର୍ଶ୍ବରେ ରହିଥିବା ଅସୁରକ୍ଷିତ କୋଠାଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦେଶ ଦେଇଛନ୍ତି। ତେଣୁ ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ତହସିଲଦାର, ପୌର ନିର୍ବାହୀ ଅଧିକାରୀ, ପୂର୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଟାଉନ୍‌ ଥାନା, କୁମ୍ଭାରପଡ଼ା ଥାନା, ବାସେଳି ସାହି ଥାନା ଆଇଆଇସିଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି। ୩ ତାରିଖଠାରୁ ୬ ତାରିଖ ମଧ୍ୟରେ ଅସୁରକ୍ଷିତ ଓ ଆଂଶିକ ଅସୁରକ୍ଷିତ କୋଠାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର