ବରଗଡ଼ : ଯାତ୍ରୀ ନେଉଥିବା ଡଙ୍ଗାରେ ପର୍ଯ୍ୟାପ୍ତ ସୁରକ୍ଷା ଜ୍ୟାକେଟ୍ ମହଜୁଦ ରଖିବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ସହର ପାଖରେ ଥିବା ନଦୀ, ଜଳଭଣ୍ତାରରେ ଏହି ନିୟମ କିଛିଟା କାଟୁ କରିଛି। କିନ୍ତୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ସ˚ଲଗ୍ନ ମହାନଦୀ ଅବବାହିକାରେ ନିୟମିତ ବିପଦ ସଂକୁଳ ଡଙ୍ଗାଯାତ୍ରା ଚାଲିଛି। ସୁରକ୍ଷା ଜ୍ୟାକେଟ୍ ତ ଦୂରର କଥା, ଭଙ୍ଗା ଦଦରା ଡଙ୍ଗା ଲୋକଙ୍କୁ ଯାତ୍ରୀ ସେବା ଦେଉଛି। ଫ୍ୟାରି ଆକ୍ଟର କୌଣସି ନିୟମକୁ ଏଠାରେ ପାଳନ କରାଯାଉ ନାହିଁ।
ଭଏନାତୋରା ପଞ୍ଚାୟତର ଚିଖିଲି, ବଙ୍ଗାପାଲି ପଞ୍ଚାୟତର ତାମଦେଇ ଏବ˚ ପଲସଦା, ବାଞ୍ଜିପାଲି ପଞ୍ଚାୟତର ପଥରସେନୀ ଘାଟରୁ ନିୟମିତ ଯାତ୍ରୀମାନେ ମହାନଦୀ ଡେଇଁ ଅନ୍ୟ କୂଳକୁ ଯାଉଛନ୍ତି। ସମସ୍ତ ନୀତି ନିୟମରେ ଘାଟ ନିଲାମ ହେବା ପରେ ଯାତ୍ରୀବାହୀ ଡଙ୍ଗା ଚାଲୁଛି। କିନ୍ତୁ ଡଙ୍ଗାଗୁଡ଼ିକର ଅବସ୍ଥା ଅତି ଶୋଚନୀୟ। କୌଣସି ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ନାହିଁ। ଡଙ୍ଗାଗୁଡ଼ିକରେ ମାତ୍ରାଧିକ ଲୋକଙ୍କ ସହ ବାଇକ୍ ଲଦା ଯାଉଛି। ଫଳରେ ଅଘଟଣ ଆଶଙ୍କା ସଦାବେଳେ ରହିଛି। ଏହା ବାଦ୍ କୁରୁମକେଲ, ଭୁତୁଲି, ରେଙ୍ଗାଲି ଘାଟରେ ଓଡ଼ିଶାର ମତ୍ସ୍ୟଜୀବୀମାନେ ମାଛ ମାରିବା ପାଇଁ ଡଙ୍ଗା ବ୍ୟବହାର କରିଥାନ୍ତି। ସେମାନଙ୍କୁ ବି ସରକାରୀ ଭାବେ କିଛି ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/d1a7c54f-aa62-4143-90ca-42fb6d08f0c1.jpg)