ଜୁଏଲାରୀ ଲୁଟ୍‌ ମାମଲା : ଚୋରି ସୁନା କିଣି ୟୁପି ସୁନା ବ୍ୟବସାୟୀ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ବିନୋଦ ଜୁଏଲାରୀ ଏବଂ କେଶବ ଜୁଏଲର୍ସରୁ ଲୁଟ୍‌ ଘଟଣାରେ ପୁଲିସ କିଛି ଦିନ ତଳେ ରାଜ୍ୟ ବାହାରର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହି ଘଟଣାରେ ବ୍ରହ୍ମପୁର ପୁଲିସକୁ ଆଉ ଏକ ସଫଳତା ମିଳିଛି। ଚୋରି ସୁନା ଗହଣା କିଣିଥିବା ଅଭିଯୋଗରେ ପୁଣି ଜଣେ ରାଜ୍ୟ ବାହାରର ଅଭିଯୁକ୍ତ ସୁନା ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ପ୍ରୟାଗରାଜ (ଆହ୍ଲାବାଦ୍‌)ର ସରାଇ ଇନାରତ୍‌ ଥାନା ଅନ୍ତର୍ଗତ ଫତୁହା ଗ୍ରାମର ସୁନା ବ୍ୟବସାୟୀ ଦେବେନ୍ଦ୍ର ସୋନି (ପପୁ)। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ‌ଅଭିଯୁକ୍ତ ଲୋକେଶ୍‌ ଶ୍ରୀଭାସ୍‌ଙ୍କ ଠାରୁ ‌୬ଶହ ଗ୍ରାମ ଚୋରା ସୁନା ଗହଣା କିଣିଥିବା ଅଭିଯୋଗରେ ପପୁଙ୍କୁ ପ୍ରୟାଗରାଜରୁ ଗିରଫ କରା ଯାଇଥିବା ନେଇ ପୁଲିସ ସୂଚନା ଦେଇଛି। ଆଜି ପପୁଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣି ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ପୁଲିସ୍‌ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର