ପୁରୀ : ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ୨୦୨୨ ମସିହା ଉପଶାସ୍ତ୍ରୀ ନିୟମିତ ଓ ପୂର୍ବ ନିୟମିତ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାସ୍ହାର ୮୯.୬୧ ପ୍ରତିଶତ ରହିଛି। ୨୦୨୨ ମସିହାରେ ୮,୩୨୮ଜଣ ଛାତ୍ରଛାତ୍ରୀ ଉପଶାସ୍ତ୍ରୀ ପରୀକ୍ଷା ଦେଇଥିବାବେଳେ ଏଥିରୁ ୭,୪୬୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆଜି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପଶାସ୍ତ୍ରୀ ପରୀକ୍ଷା ସଂପର୍କରେ ସୂଚନା ଦେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା କହିଛନ୍ତି, ୮,୩୨୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଏଥିରୁ ୧,୭୨୧ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ୪,୮୯୪ଜଣ ଛାତ୍ରଛାତ୍ରୀ ଦ୍ବିତୀୟ ଶ୍ରେଣୀ ଓ ୮୪୬ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ
ପାସ୍ ହାର ୮୯.୬୧ ପ୍ରତିଶତ
/sambad/media/post_attachments/wp-content/uploads/2022/07/puri-university.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)