ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୪ରେ ପହଞ୍ଚିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।
Update on newly detected #COVID19 cases in the last
24 hrs under the BMC area on 12th September (till 9am). pic.twitter.com/ykUQa8nNq0— BMC (@bmcbbsr) September 12, 2021
ତେବେ ଆଜିର ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୪୫୪ରେ ପହଞ୍ଚିଛି। ସେହିପରି ସୁସ୍ଥ ସଂଖ୍ୟା ଏଯାବତ ୧୦୪୯୯୬ ରହିଛି। କରୋନାରେ ଆକ୍ରାନ୍ତ ହୋଇ ୧୦୦୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ରାଜଧାନୀରେ ୩୪୨୮ଟି ସକ୍ରିୟ ମାମଲା ରହିଛି।
ଆଜି ଚିହ୍ନଟ ହୋଇଥିବା ୨୧୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୫୧ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୩ଜଣ ରହିଛନ୍ତି।