ଉପେନ୍ଦ୍ର ତ୍ରିପାଠୀ ‘ଓଡି ଆର୍ଟ ସେଣ୍ଟର୍‌’ ସଭାପତି ନିର୍ବାଚିତ

ଭୁବନେଶ୍ବର : ଜଗତସିଂହପୁରସ୍ଥିତ ସଂସ୍କୃତି ଅନୁଷ୍ଠାନ ‘ସୋସାଇଟି ଫର୍‌ ଡେଭଲପ୍‌ମେଣ୍ଟ୍‌ ଅଫ୍ ରୁରାଲ୍‌ ଲିଟରେଚର୍‌’ ଓ ତାର ମୁଖ୍ୟ ଶାଖା ଚିଲିକା ବରକୁଳସ୍ଥିତ ‘ଓଡି ଆର୍ଟ ସେଣ୍ଟର’ ଏବଂ ପୂର୍ବାଶା ଲୋକକଳା ମ୍ୟୁଜିୟମ୍‌ର ବାର୍ଷିକ ଉତ୍ସବ ଜୁମ୍‌ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ତଥା ଇଣ୍ଟରନାସନାଲ୍‌ ସୋଲାର୍‌ ଆଲାୟନ୍‌ସର ପୂର୍ବତନ ମହାନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ ସର୍ବସମ୍ମତି କ୍ରମେ ‘ଓଡି ଆର୍ଟ ସେଣ୍ଟର୍‌’ର ସଭାପତି ନିର୍ବାଚିତ ହୋଇଛନ୍ତି। ଏହାଛଡ଼ା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର ବାଶା ପୂର୍ବାଶା ଲୋକକଳା ଓ ଜନଜାତି କଳା ସଂଗ୍ରହାଳୟର ସଭାପତି ନିର୍ବାଚିତ ହୋଇଛନ୍ତି।

‘ଓଡି ଆର୍ଟ ସେଣ୍ଟର୍‌’ର ପୂର୍ବତନ ସଭାପତି ତଥ‌ା ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ସତ୍ୟାନନ୍ଦ ମିଶ୍ର ତାଙ୍କ ବକ୍ତବ୍ୟରେ ଏହି ସେଣ୍ଟର୍‌ କିପରି ଚିଲିକାର ପର୍ଯ୍ୟଟକମାନଙ୍କ ମୁଖ୍ୟ ଆକର୍ଷଣ ହେବ ସେ ବିଷୟରେ ଆଲୋକପାତ କରିଥିଲେ। ପୂର୍ବତନ ଆୟକର ମୁଖ୍ୟ କମିସନର୍‌ ସିଦ୍ଧାର୍ଥ ପ୍ରଧାନ ଓ ଭାରତର ପୂର୍ବତନ ରାଷ୍ଟ୍ରଦୂତ ମଳୟ କୁମାର ମିଶ୍ର ଏହି ଅନୁଷ୍ଠାନକୁ ଆର୍ଥିକ ସୁଦୃଢ଼ କରିବାକୁ ଓ ବିଶ୍ବର ବିଭିନ୍ନ ଦେଶ ସହିତ କଳା ବିନିମୟର ପ୍ରସ୍ତାବ ରଖିଥିଲେ। ସଭାରେ ‘ସୋସାଇଟି ଫର୍‌ ଡେଭଲପ୍‌ମେଣ୍ଟ୍‌ ଅଫ୍ ରୁରାଲ୍‌ ଲିଟରେଚର୍‌’ ଓ ‘ପ୍ରଫୁଲ୍ଲ ପାଠାଗାର’ର ସଭାପତି ରୂପେ ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ଆଚାର୍ଯ୍ୟ ଓ ରବୀନ୍ଦ୍ରନାଥ ତ୍ରିପାଠୀ ଅନୁଷ୍ଠାନର ସଭାପତି ନିର୍ବାଚିତ ହେବା ସହିତ ଉପରୋକ୍ତ ଅନୁଷ୍ଠାନର ନୂତନ ପରିଚାଳନା କମିଟି ଗଠନ କରାଯାଇଛି।

ପଦ୍ମବିଭୂଷଣ ସୁଦର୍ଶନ ସାହୁ, ଶିକ୍ଷା ଉଦ୍ୟୋଗୀ ସଂଗ୍ରା ମୁଦାଲି, ଚିଫ୍ ଇନଫର୍ମେସନ୍‌ କମିସନର୍‌ ସୁନୀଲ ମିଶ୍ର, ଅନନ୍ତ ମହାପାତ୍ର, ଆର୍ଯ୍ୟଭଟ୍ଟର ସୁଧୀର ରାଉତ, ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ, କର୍ଣ୍ଣେଲ୍‌ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଡାକ୍ତର ସୁଜାତା କର, ଅନିତା ସାବତ, ଉମାଶଙ୍କର ପାଣିଗ୍ରାହୀ, ସୁଧୀର ଦାସ, ପ୍ରଦୀପ ଆଚାର୍ଯ୍ୟ, ସତ୍ୟନାରାୟଣ ସାହୁ, ସ୍ବଦେଶ ପଟ୍ଟନାୟକ, ସ୍ବରାଜ ମିଶ୍ର, ପର୍ଶୁରାମ ବିଶୋଇ ଓ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର