ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ନିଯୁକ୍ତ

ଭୁବନେଶ୍ବର : ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଓ କାର୍ଯ୍ୟନିର୍ବାହୀ କମିଟିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି । ତାଙ୍କୁ ଜଣେ ରାଜ୍ୟ ମନ୍ତ୍ରୀର ମାନ୍ୟତା ମିଳିବ । ଏହା ସହିତ ସେ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ସଂପର୍କିତ ଉପଦେଷ୍ଟା କାର୍ଯ୍ୟ ବି କରିବେ ।

୧୯୮୦ ବ୍ୟାଚ କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଧିକାରୀ ଶ୍ରୀ ତ୍ରିପାଠୀ କର୍ଣ୍ଣାଟକର ଶିକ୍ଷା କ୍ଷେତ୍ରରେ ଅନେକ ଅଭିନବ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରି ପ୍ରଶଂସିତ ହୋଇପାରିଥିଲେ ।ତାଙ୍କର
ଏହି ଅଭିଜ୍ଞତାକୁ ସେ ଓଡ଼ିଶାରେ ଲଗାଇବାର ଆଶା କରାଯାଉଛି । ସେ ମଧ୍ୟ ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସର ପ୍ରତିଷ୍ଠାତା ମହାନିର୍ଦ୍ଦେଶକ ଥିଲେ ।

ସମ୍ବନ୍ଧିତ ଖବର