ଭୁବନେଶ୍ବର: କଟକର ସିଟି ହସ୍ପିଟାଲର ସ୍ଥିତି ୪୦ବର୍ଷ ତଳେ ଯାହା ଥିଲା ଆଜି ବା ତାହା ଅଛି। ଏଠାରେ ଡାକ୍ତର ନାହାନ୍ତି କି ଭିତ୍ତିଭୂମି ନାହିଁ। ଏହାର ଉନ୍ନତୀକରଣ କଲେ କଟକ ସହରର ପ୍ରାୟ ୩ରୁ ୪ଲକ୍ଷ ଲୋକ ଉପକୃତ ହେବେ। ଏପରିକି ସେମାନଙ୍କୁ ଏସ୍ସିବି ହସ୍ପିଟାଲକୁ ଯିବାକୁ ପଡ଼ିବନି। ଏହାଦ୍ବାରା ଏସ୍ସିବିର ବୋଝ କମିବ। ଦୂରଦୂରାନ୍ତରରୁ ଆସୁଥିବା ଲୋକ ଉପକୃତ ହେବେ। ଏହି ହସ୍ପିଟାଲର ଉନ୍ନତୀକରଣ ପାଇଁ ମୁଁ ଓ ସାଂସଦ ଭର୍ତ୍ତୃହରି ମହତାବ ବହୁବାର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବି କିଛି ପ୍ରଭାବ ପଡ଼ୁନି। ତେଣୁ ଏନେଇ ରାଜ୍ୟ ସରକାର କିଛି ପଦକ୍ଷେପ ନିଅନ୍ତୁ। ସେହିପରି କଟକରେ ଡ୍ରେନ୍ କାମ ସରୁନି। ଫଳରେ ଜଳବନ୍ଦୀ ସମସ୍ୟା ଦୂର ହେଉନି। ଏନେଇ ସରକାର ପଦକ୍ଷେପ ନେବାକୁ ବିଧାୟକ ମହମ୍ମଦ ମୋକିମ୍ ଗୃହରେ ଦାବି କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp