ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଅପର ଜୋଙ୍କ ପାଣି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଉପରମୁଣ୍ଡ ଚାଷୀ ଜିରୋରୁ ପାଣି ଛାଡ଼ିବାକୁ ଦାବି କରି ପତୋରା ଡ୍ୟାମରେ ୧୨ ଦିନ ହେଲା ଧାରଣାରେ ବସିଛନ୍ତି। ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଦେବେନ୍ଦ୍ର ରାଉତ, ଏସ୍ଡିପିଓ ପ୍ରଶାନ୍ତ ପଟ୍ଟନାୟକ, ଥାନା ଅଧିକାରୀ ନିର୍ମଲ ପାଣିଗ୍ରାହୀ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଉପରମୁଣ୍ଡ ଚାଷୀ ନିଜ ଜିଦ୍ରେ ଅଟଳ ରହିଥିଲେ।
ସେମାନଙ୍କ କହିବା ଅନୁସାରେ ଅପର ଜୋଙ୍କ ପ୍ରକଳ୍ପ ପାଇଁ ଆମ ଜମି, ବାସଗୃହ ଯାଇଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ବି ପ୍ରଶାସନ କିଛି ଶୁଣୁନଥିବା କହିଛନ୍ତି। ଏଣୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋରୁ ପାଣି ଦେବାକୁ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ବିଗତ ଦିନରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାକୁ ପାଳନ କରିନାହିଁ। ଏଣୁ ଚଳିତ ବର୍ଷ ଜିରୋରୁ ପାଣି ନଦେବା ପର୍ଯ୍ୟନ୍ତ ଧାରଣା ଜାରି ରଖିବୁ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ କୌଣସି ପରିସ୍ଥିତିରେ ପାଣି ଛାଡ଼ିବାକୁ ଦେବୁ ନାହିଁ ବୋଲି ଜିଲ୍ଲା ପରିଷଦ ସଭ୍ୟ ଭରତଲାଲ ରାଉତ କହିଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାକୁ ନେଇ ଚାଷୀ ଅନାଇ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/nuapada-v.jpg)