ବିବାଦୀୟ ଟ୍ୱିଟ୍‌କୁ ନେଇ ହଙ୍ଗାମା, ଥାନାରେ ମାମଲା

ଗାଇସିଲାଟ୍ : ଗାଇସିଲାଟ୍‌ ବ୍ଲକ୍‌ ସଭା କକ୍ଷରେ ଜଣେ ଜିଆର୍‌ଏସ୍‌ଙ୍କ ପୁରୁଣା ଟ୍ୱିଟ୍‌କୁ ନେଇ ହଙ୍ଗାମା ହୋଇଛି। ଏପରିକି ଏହି ଘଟଣାକୁ ନେଇ ପାଟିତୁଣ୍ଡ ସହ ଥାନାରେ ମାମଲା ବି ହୋଇଛି।

ସୂଚନା‌ନୁସାରେ ଜିଆର୍‌ଏସ୍‌ ସୁଦର୍ଶନ ବେହେରା ଗତ ୨୭ ତାରିଖ ଗୋଟିଏ ଟ୍ୱିଟ୍‌ କରିଥିଲେ। ଏଥିରେ ସେ ବିଡିଓ ପ୍ରବୀଣ ବଣୁଆଙ୍କ ବଦଳିକୁ ସମାଲୋଚନା କରିବା ସହ ସରକାରଙ୍କ ୫-ଟି ଯୋଜନା ଉପରେ ପ୍ରଶ୍ନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ନିଜେ ଚାକିରି କରୁଥିବା ପଞ୍ଚାୟତିରାଜ ବିଭାଗକୁ ମଧ୍ୟ ଶ୍ରୀ ବେହେରା ନିନ୍ଦା କରିଥିଲେ। ବୁଧବାର ଅପରାହ୍ଣ ୪ଟା ବେଳେ ପିଣ୍ଟୁ ସାହୁ ନାମକ ଜଣେ ଯୁବକ ବ୍ଲକ୍‌ କାର୍ଯ୍ୟାଳୟ ସଭା କକ୍ଷକୁ ଆସି ଜିଆର୍‌ଏସ୍‌ ଶ୍ରୀ ବେହେରାଙ୍କୁ ଖୋଜିଥିଲେ। ତେବେ ପିଣ୍ଟୁର ବାଟ ଓଗାଳିଥିଲେ ବିଡିଓ ଶ୍ରୀ ବଣୁଆ। ପିଣ୍ଟୁ ଏବଂ ଅନ୍ୟ ୭/୮ ଜଣ ଯୁବକ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବିଡିଓଙ୍କ ସମେତ ଅନ୍ୟ କର୍ମଚାରୀ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୁଲିସ୍‌ ଏତଲା ଗ୍ରହଣ କରି ମାମଲା ରୁଜୁ କରିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ କେହି ଗିରଫ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର