ଭୁବନେଶ୍ବର : କୋଭିଡ୍ ଯୋଗୁଁ କର୍ମନିଯୁକ୍ତି ହରାଇଥିବା ଲୋକଙ୍କୁ ବିଭିନ୍ନ କାମରେ ନିୟୋଜନ କରି ପାରିଶ୍ରମିକ ଦେବା ପାଇଁ ଆରମ୍ଭ ହୋଇଥିବା ସହରୀ ବେତନ ନିଯୁକ୍ତି ଅଭିଯାନ ଏବେ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ଲାଗୁ ହେବ। ଏଥିପାଇଁ ଏକ ଦୁଇଦିନିଆ କର୍ମଶାଳା ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଅଧିକରୁ ଅଧିକ ଲୋକଙ୍କୁ ଯେପରି କର୍ମନିଯୁକ୍ତି ଯୋଗାଇ ହେବ ସେଥିପାଇଁ ୧୧୪ଟି ସହରାଞ୍ଚଳରେ ୩୪୨ଜଣ ବୃତ୍ତିଗତ କର୍ମଚାରୀ ନିଯୁକ୍ତି ପାଇବେ। ଏହି କର୍ମଶାଳାରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଯୋଗଦେଇ ଏହି ଅଭିଯାନ କିପରି ଅଧିକ ଫଳପ୍ରଦ ହେବ ଏବଂ ଧାର୍ଯ୍ୟ ସମୟରେ ସମସ୍ତ କାମ ଶେଷ ହେବ ସେ ବିଷୟରେ ଆଲୋକପାତ କରିଥିଲେ।
ସବୁ ସହରାଞ୍ଚଳରେ ଲାଗୁ ହେବ ସହରୀ ବେତନ ନିଯୁକ୍ତି ଅଭିଯାନ
/sambad/media/post_attachments/wp-content/uploads/2021/04/work-m10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)