ଗଞ୍ଜାମର ସହରାଞ୍ଚଳ ସ୍ଥିତି ସଙ୍ଗୀନ : ୧୭ ସହରରେ ୨୪୦ ୱାର୍ଡ; ୯୯ ୱାର୍ଡ ଗ୍ରୀନ୍ ଏବଂ ୧୪୧ ୱାର୍ଡ ରେଡ୍ ଜୋନ୍

ବ୍ରହ୍ମପୁର : ରାଜ୍ୟର ଅନ୍ୟତମ ବୃହତମ ଜିଲ୍ଲା ଗଞ୍ଜାମ। ଏହି ଜିଲ୍ଲାରେ ୨୨ଟି ବ୍ଲକ ୧୮ଟି ସହରାଞ୍ଚଳ ରହିଛି । ୨୨ଟି ବ୍ଲକ ମଧ୍ୟରେ ଥିବା ଗ୍ରାମ ମଧ୍ୟରୁ ୮୪ ପ୍ରତିଶତ ଗାଁ ଗ୍ରୀନ ଜୋନ୍‌ରେ ଏବଂ ୧୬ ପ୍ରତିଶତ ଗାଁ ରେଡ୍‌ଜୋନରେ ରହିଥିବା ଜିଲ୍ଲା ପ୍ରଶାସନ କହିଛି । ବ୍ଲକକୁ ଦେଖିଲେ ଜଗନ୍ନାଥ ପ୍ରସାଦ ଓ ଗଞ୍ଜାମ ବ୍ଲକକୁ ଛାଡ଼ିଦେଲେ ସବୁ ବ୍ଲକ ରେଡ୍ ଜୋନ୍‌ରେ ରହିଥିବା କୋଭଡ଼୍-୧୯ ଡେସ୍ ବୋର୍ଡ଼ରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଜିଲ୍ଲାର ସହରାଚଂଳ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜଳି ପୌରାଚଂଳ ଓ ୧୬ଟି ଏନ୍ଏସି ରହିଛି । ବ୍ରହ୍ମପୁର ମହାନଗର ନିଗମ ବାଦ ଦେଇ ବାକି ୧୭ଟି ସହର ସମୁଦାୟ ୨୪୦ ୱାର୍ଡ ମଧ୍ୟରୁ ୯୯ ୱାର୍ଡ ଗ୍ରୀନ ୧୪୧ ୱାର୍ଡ ରେଡ୍ ଜୋନରେ ରହିଥିବା ଡୁଡା(ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ମିିଳିଥିବା ସୂଚନା ଅନୁଯାୟୀ, ଆସିକା ଏନ୍ଏସିର ୧୮ଟି ୱାର୍ଡ ମଧ୍ୟରୁ ଗୋଟିଏ ୱାର୍ଡକୁ ବାଦ ଦେଲେ ସବୁ ରେଡ୍ ଜୋନରେ ରହିଛି । ସେହିପରି ବେଲଗୁଣ୍ଠା ଏନ୍ଏସିର ୧୩ଟି ୱାର୍ଡ ମଧ୍ୟରୁ ୩ଟି ଗ୍ରୀନ ଜୋନ ରହିଥିବା ବେଳେ ବାକି ସବୁ ୱାର୍ଡ ରେଡ୍ ଜୋନରେ ରହିଛି । ଭଞ୍ଜନଗର ଏନ୍ଏସିର ୧୫ୱାର୍ଡ ମଧ୍ୟରୁ ୪ଟି ଗ୍ରୀନ୍ ଜୋନ୍‌ରେ ରହିଥିବା ବେଳେ ବାକି ସବୁ ରେଡ୍‌ଜୋନରେ ରହିଛି । ବୁଗୁଡ଼ା ଏନ୍ଏସିର ୧୩ଟି ୱାର୍ଡ ମଧ୍ୟରୁ ୯ଟି ୱାର୍ଡ ଗ୍ରୀନ ଜୋନ୍‌ରେ ରହିଥିବା ବେଳେ ବାକି ୪ଟି ରେଡ୍ ଜୋନରେ ରହିଛି । ଛତ୍ରପୁର ଏନ୍ଏସିର ୧୪ଟି ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡ ଗ୍ରୀନ ଜେନାରେ ରହିଥିବା ବେଳେ ୪ଟି ୱାର୍ଡ ରେଡ୍ ଜୋନରେ ରହିଛି । ଚିକିଟି ଏନ୍ଏସି ର ୧୨ଟି ୱାର୍ଡ ମଧ୍ୟରୁ ୭ଟି ୱାର୍ଡ ଗ୍ରୀନ ଓ ୫ଟି ୱାର୍ଡ ରେଡ୍ ଜୋନରେ ରହିଛି । ସେହିପରି ଦିଗପହଣ୍ଡି ଏନ୍ଏସିର ୧୧ଟି ୱାର୍ଡ ମଧ୍ୟରୁ ୨ଟି ଗ୍ରୀନ୍ ଓ ୯ଟି ରେଡ୍ ଜୋନରେ ରହିଛି । ଗଞ୍ଜାମ ଏନ୍ଏସିର ୧୨ଟି ୱାର୍ଡ ମଧ୍ୟରୁ ୭ଟି ଗ୍ରୀନ୍ ଓ ୫ଟି ରେଡ୍ ଜୋନରେ ରହିଛି । ଗୋପାଳପୁର ଏନ୍ଏସିର ୧୧ଟି ୱାର୍ଡ ମଧ୍ୟରୁ ୯ଟା ଗ୍ରୀନ୍ ଓ ୨ଟା ରେଡ୍ ଜୋନରେ ରହିଛି । ହିଞ୍ଜଳିକାଟୁ ପୌରପାଳିକା ୨୧ଟି ୱାର୍ଡ ମଧ୍ୟରୁ ୫ଟି ଗ୍ରୀନ ଓ ୧୬ଟି ରେଡ୍ ଜୋନରେ ରହିଛି । କବିସୂର୍ଯ୍ୟନଗର ଏନ୍ଏସିର ୧୮ଟି ୱାର୍ଡ ମଧ୍ୟରୁ ୬ଟି ଗ୍ରୀନ୍ ଓ ୧୨ଟି ରେଡ୍ ଜୋନରେ ରହିଛି । ଖଲ୍ଲିକୋଟ ଏନ୍ଏସିର ୧୨ଟି ୱାର୍ଡରଚୁ ୮ଟି ଗ୍ରୀନ୍ ଓ ୪ଟି ରେଡ୍ ଏବଂ କୋଦଳା ଏନ୍ଏସିର ୧୩ଟି ୱାର୍ଡରୁ ୯ଟା ଗ୍ରୀନ ଜୋନ ଓ ୪ଟି ରେଡ୍ ଜୋନରେ ରହିଛି । ପୋଲସରା ଏନ୍ଏସିର ୧୯ଟି ୱାର୍ଡ ମଧ୍ୟରୁ ୪ଟି ଗ୍ରୀନ ଓ ୧୫ଟି ରେଡ୍ ଜୋନ, ପୁରୁଷୋତମପୁର ୧୪ଟି ୱାର୍ଡ ମଧ୍ୟରୁ ୫ଟି ଗ୍ରୀନ ଓ ୯ଟି ରେଡ୍, ରମ୍ଭା ଏନ୍ଏସିର ୧୩ଟି ୱାର୍ଡରୁ ୭ଟି ଗ୍ରୀନ୍ ଓ ୬ଟି ରେଡ୍ ଏବଂ ସୋରଡ଼ା ଏନ୍ଏସିର ୧୧ଟି ୱାର୍ଡରୁ ୩ଟି ଗ୍ରୀନ୍ ଓ ୮ଟି ରେଡ୍‌ ଜୋନରେ ରହିଛି ।

ସମ୍ବନ୍ଧିତ ଖବର