ସନ୍ଧ୍ୟା ୭.୪୫ରେ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ

ଭୁବନେଶ୍ୱର: ରଥ ଯାତ୍ରା ପାଇଁ ସୁପ୍ରିକୋର୍ଟ ଅନୁମତି ନଦେବା ପରେ ଆଜି ସନ୍ଧ୍ୟା ୭.୪୫ରେ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ବସିବ। ଏହି ବୈଠକରେ ସ୍ବତନ୍ତ୍ର ଭାବେ  ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସକ, ଆଡଭୋକେଟ ଜେନେରାଲ, ଆଇନ ବିଭାଗର ପ୍ରମୁଖ ସଚିବ ଓ ଉନ୍ନୟନ କମିସନର ଉପସ୍ଥିତ ରହିବେ।  ବୈଠକରେ ରଥଯାତ୍ରା ପ୍ରସଙ୍ଗ ନେଇ ଆଲୋଚନା କରାଯିବ ବୋଲି ସୂଚନା ରହିଛି । ହେହେତୁ ବୈଠକକୁ ଆଡଭୋକେଟ୍ ଜେନେରାଲ୍ ଓ ଆଇନ ସଚିବଙ୍କୁ ଡକାଯାଇଛି ତେଣୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଆଜି ସୁପ୍ରିମକୋର୍ଟ ନିଜ ରାୟରେ କହିଥିଲେ କି, କରୋନା ମହାମାରୀ ସମୟରେ ରଥଯାତ୍ରା ଭଳି ଉତ୍ସବକୁ ଅନୁମତି ଦିଆ ଯାଇ ପାରିବ ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି। ତେଣୁ ଚଳିତ ଥର ଜୁନ୍‌ ୨୩ରେ ହେବାକୁ ଥିବା ରଥଯାତ୍ରାକୁ ଅନୁମତି ଦେଉନାହୁଁ। ଏଭଳି ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ମନ୍ଦିର ଅଞ୍ଚଳରେ ରଥଯାତ୍ରା ନ କରିବାକୁ ଆମେ ନିର୍ଦ୍ଦେଶ ଦେଉଛୁ।

ସମ୍ବନ୍ଧିତ ଖବର