ଭୁବନେଶ୍ବର : ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟରେ ପ୍ରଥମ ଭପସଭାପତି ସ୍ବର୍ଗତଃ ଦାମୋଦର ମିଶ୍ରଙ୍କ ଧର୍ମପତ୍ନୀ ଊର୍ମିଳା ମିଶ୍ର ୨୯ ତାରିଖ ସକାଳେ ସୂର୍ଯ୍ୟନଗରରେ ତାଙ୍କ କନ୍ୟା ରୀନା ପାଢ଼ିଙ୍କ ବାସଭବନରେ ପରଲୋକ ଗମନ କରିଛନ୍ତି। ତାଙ୍କୁ ୯୭ ବର୍ଷ ହୋଇଥିଲା। ବ୍ରହ୍ମପୁରର ପ୍ରସିଦ୍ଧ ରଥ ପରିବାରରେ ଜନ୍ମଗ୍ରହଣ କରି ଓ ଉଚ୍ଚଶିକ୍ଷା ଲାଭ କରି ସେ ଜଣେ ଆଦର୍ଶ ଗୃହିଣୀ, ସମାଜସେବୀ ଓ କଳାପ୍ରେମୀ ରୂପେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ। ସମାଜ ସେବାରେ ଶ୍ରୀମତୀ ମିଶ୍ରଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ୫୦ ଓ ୬୦ ଦଶକରେ ଭୁବନେଶ୍ବର ନାରୀ ସ˚ଘ କର୍ମମୁଖର ହୋଇ ଉଠିଥିଲା। ତାଙ୍କ ପାଖେ ଥିଲା ପର˚ପରା ଓ ଆଧୁନିକତାର ଅପୂର୍ବ ସମନ୍ବୟ। ତେଲୁଗୁ, ଓଡ଼ିଆ, ଇ˚ରାଜୀ ଓ ବଙ୍ଗାଳି ଭାଷାରେ ଥିଲେ ନିପୁଣ।
ତାଙ୍କ ଜ୍ୟେଷ୍ଠ କନ୍ୟା ଉଷାରାଣୀ ଓ ଜାମାତା ଅମୀୟ ଭୂଷଣ ତ୍ରିପାଠୀ ଓଡ଼ିଶା ପୁଲିସର ପୂର୍ବତନ ଡିଜି, ମଧୢମ କନ୍ୟା ରୀନା ପାଢ଼ି ଅବସରପ୍ରାପ୍ତ ଅଧୢାପିକା ଓ କଳାକ୍ଷେତ୍ରରେ ସୁପରିଚିତ। କନିଷ୍ଠ କନ୍ୟା ଶୋଭା ରାଣୀ ଆୟକର ବିଭାଗର ଅବସରପ୍ରାପ୍ତ ଚିଫ୍ କମିଶନର ଓ ଜାମାତା ଅଶୋକ ବସୁ ଝାଡ଼ଖଣ୍ତର ପୂର୍ବତନ ମୁଖ୍ୟ ଶାସନ ସଚିବ। ତାଙ୍କର ଦୁଇ ପୁତ୍ର ଧନୁଷଧାରୀ ଓ ତ୍ରିଶୂଳଧାରୀ ଅଛନ୍ତି।