ଜଗତସିଂହପୁର ଟାଉନ୍: ଜଗତସିଂହପୁର ପୁଲିସ ଓ ଜିଲ୍ଲା ପ୍ରଶାସନ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ବିଶେଷ କରି ଦୁଇଚକିଆ ଗାଡ଼ି ଚାଳକମାନେ ହେଲ୍ମେଟ୍ ପିନ୍ଧିବା ଉପରେ ପୁଲିସ ସବୁବେଳେ ଗୁରୁତ୍ୱ ଦେଇଛି। ପୂର୍ବରୁ ରାସ୍ତାରେ ବାଇକ୍ ଯାଞ୍ଚ, ପେଟ୍ରୋଲ ପମ୍ପରେ ହେଲ୍ମେଟ୍ ନଥିଲେ ତେଲ ମନା, ମା’ ଶାରଳାଙ୍କ ମନ୍ଦିରରେ ହେଲ୍ମେଟ୍ ନଥିଲେ ଗାଡ଼ି ପୂଜା କରିବା ମନା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ପ୍ରଶାସନ ଏ ଦିଗରେ ଆଉ ଏକ ପଦକ୍ଷେପ ନେିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଅନ୍ୟ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ ଏବଂ କର୍ମଚାରୀ ଦୁଇଚଳିଆ ଗାଡ଼ି ଚଳାଉଥିଲେ ହେଲ୍ମେଟ୍ ପିନ୍ଧି ଅଫିସ ଆସିବାକୁ ବାଧ୍ୟତାମୂଳକ କରାଯାଇଛି। ଆଜି ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁକୁ ଦୃଷ୍ଟିରେ ରଖି ଦୁଇଚକିଆ ଯାନ ବ୍ୟବହାର କରିଥିବା ସମସ୍ତ କର୍ମଚାରୀଙ୍କୁ ହେଲ୍ମେଟ୍ ପିନ୍ଧି ଅଫିସ୍ ଆସିବାକୁ ଜିଲ୍ଲାପାଳ ୟାମିନୀ ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ସରକାରୀ ଅଧିକାରୀ ଅଥବା କର୍ମଚାରୀ ହେଲମେଟ୍ ନ ପିନ୍ଧି ଦୁଇଚକିଆ ଯାନରେ କାର୍ଯ୍ୟାଳୟକୁ ଆସନ୍ତି ତେବେ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପଶିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତିା
ସରକାରୀ କର୍ମଚାରୀଙ୍କୁ ନିର୍ଦେଶ:ହେଲ୍ମେଟ୍ ପିନ୍ଧି ଅଫିସ୍ ଆସିବା ବାଧ୍ୟତାମୂଳକ
/sambad/media/post_attachments/wp-content/uploads/2018/01/helmet.bmp)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)