ମେଡିକାଲ ଯିବା ମୁଖ୍ୟ ରାସ୍ତାରେ ପଡିଛି ବ୍ୟବହୃତ ପିପିଇ କିଟ୍, ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ରାସ୍ତା କଡରେ ପଡିଛି ବ୍ୟବହୃତ ହୋଇଥିବା ପିପିଇ କିଟ୍। ତାହା ମଧ୍ୟ ସହର ମଧ୍ୟରେ ଓ ଜନଗହଳି ରାସ୍ତାରେ। ନବରଙ୍ଗପୁର ସହରରେ  କରୋନା ଉପରମୁହାଁ ରହୁଥିବା ବେଳେ ସହର ମଧ୍ୟରେ ରାସ୍ତା କଡରେ ବ୍ୟବହୃତ  ପିପିଇ କିଟ୍କୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢ଼ିଛି ଅସନ୍ତୋଷ।

ଉକ୍ତ ରାସ୍ତା ଦେଇ ମେଡିକାଲ କୁ ଶହ ଶହ ଲୋକ ଯାତାୟତ କରୁଥିବା କରୁଛନ୍ତି।  ଯଦି କେହି ଶିଶୁ ଅଜାଣତରେ ତା ସଂସ୍ପର୍ଶରେ ଆସନ୍ତି କିମ୍ବା କୌଣସି ମାନସିକ ବିକୃତ ବ୍ୟକ୍ତି ତାକୁ ପରିଧାନ କରନ୍ତି ତେବେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହା ବ୍ୟତିତ ଯଦି  କୌଣସି ବୁଲା କୁକୁର ତାକୁ ନେଇ କୌଣସି ଜନଗହଳି ପୂର୍ଣ ଅଞ୍ଚଳରେ ଛାଡେ ତେବେ ସେ ସ୍ଥାନରେ ସଂକ୍ରମଣର ମାତ୍ରା ବଢିଯିବାର ଆଶଙ୍କା ପ୍ରକାଶ ପାଇଛି । ଜିଲ୍ଲାରେ କରନା ସଂକ୍ରମଣ ର ଉର୍ଦ୍ଧଗାମୀ ଥିବା ବେଳେ ଏଭଳି ଘଟଣା ଲୋକଙ୍କ ମଧ୍ୟରେ ଭୟ ଜାତ କରିଛି ।

ସମ୍ବନ୍ଧିତ ଖବର