କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଉସମାନ ଖାନଙ୍କୁ ତଡିପାର ଘୋଷଣା କରିଛି କମିଶନରେଟ ପୁଲିସ। ତାଙ୍କ ନାଁରେ ଚଉଦଟି ଅପରାଧିକ ମାମଲା ରହିଛି। ହେଲେ ସେ ପୁଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି। କଟକ ସହରକୁ ଅପରାଧ ମୁକ୍ତ କରିବା ଲକ୍ଷ୍ୟରେ କମିଶନରେଟ ପୁଲିସ ଏଭଳି ଆକ୍ସନ ନେଇଛି। ଉସମାନ ଖାଁ ଏବେ ତେଇଶି ନମ୍ବର ୱାର୍ଡର କଂଗ୍ରେସ ସଭାପତି ଅଛନ୍ତି। ଭେଟେରାନ୍ ଅପରାଧୀ ବାବା ଖାଁଙ୍କ ପୁତୁରା ହେଉଛନ୍ତି ଉସମାନ ଖାନ୍।
Advertisment
Sambad is now on WhatsApp
Join and get latest news updates delivered to you via WhatsApp