ରାୟଗଡ଼ା: ଆଦିତ୍ୟ ବିର୍ଲା ଗ୍ରୁପ୍ରର ହିଣ୍ଡାଲ୍‌କୋ ଲିମିଟେଡର ଏକ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫିଲମାଳି ବକ୍ସାଇଟ ଖଣିରେ ଏକ ସପ୍ତାହବ୍ୟାପୀ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ନଭେମ୍ବର ୩୦ରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହାର ରୌପ୍ୟ ଜୟନ୍ତୀ ପାଳନ କରିବା ନିମନ୍ତେ ଭୁବନେଶ୍ବରର ଇଣ୍ଡିଆନ୍‍ ବ୍ୟୁରୋ ଅଫ୍‍ ମାଇନ୍ସ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। ଖଣିଜ ସମ୍ପଦ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ତଥା କର୍ମଚାରୀ, ଛାତ୍ର ଛାତ୍ରୀ, ସହଭାଗୀ ଏବଂ ଜନସମୁଦାୟ ମଧ୍ୟରେ ଖଣି କାର୍ଯ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Advertisment

୨୦୨୩ ଡିସେମ୍ବର ୧ ତାରିଖରେ ରୁଙ୍ଗଟା ସନ୍ସ (ପ୍ରାଇଭେଟ) ଲିମିଟେଡ ଦିଲୀପ କୁମାର ପରିଡା, ନର୍ଭେମ୍‌ ପାୱରର ଅତନୁ ବନ୍ଦୋପାଧ୍ୟାୟ,ପୁଲକ ରଞ୍ଜନ ନାୟକ, ଓଏମ୍‌ସି ଲିମିଟେଡଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ବାଫିଲମାଳି ବକ୍ସାଇଟ ଖଣି ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ନୂଆପଡା କ୍ଲବ ହାଉସ୍‍ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଯେଉଁଥିରେ ପ୍ରତିନିଧିଗଣ, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ, ସହଭାଗୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।କର୍ମଚାରୀଙ୍କ ନିମନ୍ତେ ପ୍ରବନ୍ଧ ଲିଖନ,ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ପ୍ରସ୍ତୁତି ଆଦି ପ୍ରତିଯୋଗିତା ସହିତ ସ୍କିଟ୍‍ ଏବଂ ନୃତ୍ୟ ପ୍ରଦର୍ଶନ ପ୍ରଭୃତି କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିଲା।ଏହାପରେ ଅଂଶଗ୍ରହଣକାରୀ ଓ ବିଜେତାମାନଙ୍କୁ ଉତ୍ସାହିତ କରିବାକୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

publive-image

ବାଫିଲମାଳି ବକ୍ସାଇଟ ଖଣି ମୁଖ୍ୟ ମୁକେଶ କୁମାର ଝା,ରିଫାଇନେରୀ ଅପରେସନ୍ସ ମୁଖ୍ୟ କୌଶକି ସରଣ ମିଶ୍ର,ଏଚଆର୍‍ ହେଡ୍‍ ବିଜୟ କୁମାର ଏବଂ ଉତ୍କଳ ଆଲୁମିନାର ବରିଷ୍ଠ ପରିଚାଳନା ମଣ୍ଡଳୀ ସହିତ ତଦାରଖକାରୀ ଦଳ କାର୍ଯ୍ୟକ୍ରମକୁ ଉଦ୍ଘା ଟନ କରିଥିଲେ ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରୟାସ ନିରନ୍ତର ଜାରି ରଖିବାକୁ ପ୍ରତିବଦ୍ଧ ହୋଇଥିଲେ।ତଦାରଖକାରୀ ଦଳ ଖଣି କାର୍ଯ୍ୟ, ଗୋଷ୍ଠୀର ପ୍ରତିଦାନ ମୂଳକ ପ୍ରୟାସ ଏବଂ ଦୀର୍ଘସ୍ଥାୟିତ୍ୱ ନିମନ୍ତେ କାର୍ଯ୍ୟାନ୍ୱୟନ ଯୋଜନା ଆଦିକୁ ପ୍ରଶଂସା କରିଥିଲେ।ଏଥିସହିତ ସେମାନେ ସଚେତନତା ଅଭିଯାନକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ସକାଶେ ଖଣି ଯିମ୍‍ ଦ୍ୱାରା ଯେଉଁଭଳି ଭାବରେ ଆଗ୍ରହ ଓ ଉତ୍ସାହ ପ୍ରଦର୍ଶନ କରାଯାଉଛି ଏବଂ ସେମାନେ ଯେଉଁଭଳି ପ୍ରଶଂସନୀୟ ପ୍ରୟାସ କରୁଛନ୍ତି ତାହାକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ ।