ବିଜେଡି ଇମ୍ଫା ବିରୋଧୀ ମନୋଭାବ ଛାଡ଼ୁ: ଉତ୍କଳ ଭାରତ

ଭୁବନେଶ୍ୱର : ଶାସକ ବିଜେଡି ତାଙ୍କ ଦଳର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଓ ଇମ୍ଫା ଶିଳ୍ପଗୋଷ୍ଠୀ ବିରୋଧରେ ଗଣ୍ଡଗୋଳ ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ। ଏକ ବିବୃତି ଦେଇ ସେ କହିଛନ୍ତି ଯେ ସାଂସଦ ଶ୍ରୀ ପଣ୍ଡାଙ୍କ ଶିଳ୍ପଗୋଷ୍ଠୀ ଅତୀତରେ ବିଜେଡିକୁ ସାହାଯ୍ୟ କରି ଆସିଛି। ଏବେ ମତପାର୍ଥକ୍ୟ ହେବାରୁ ଥେରୁବାଲିର ଇମ୍ଫା ଶିଳ୍ପକୁ କିଛିଦିନ ହେଲା ବନ୍ଦ କରି ରଖିବା ଦ୍ୱାରା ଏହା ରାଜ୍ୟର ଶିଳ୍ପ ବାତାବରଣ ଓ ଶ୍ରମିକମାନଙ୍କର ଅଶେଷ କ୍ଷତି କରୁଛି। ଫଳରେ ଅନ୍ୟ ଶିଳ୍ପମାନେ ଆଉ ଓଡ଼ିଶାକୁ ଆସିବେ ନାହିଁ ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି। ଉପରୋକ୍ତ ମର୍ମରେ ଉତ୍କଳ ଭାରତର ମିଡିଆ କୋର୍ଡିନେଟର ସୁରେଶ କୁମାର ସାହୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି।

ସମ୍ବନ୍ଧିତ ଖବର