କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ରାଜନୈତିକ ମହଲରେ ନିନ୍ଦା

ରାୟଗଡ଼ା : ପୁଣି ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ । ଉତ୍କଳ ଭାରତ ମୁଖ୍ୟ ଖାରବେଳ ସ୍ୱାଇଁଙ୍କୁ ରାୟଗଡା କାଶିପୁରରେ ଆୟୋଜିତ ଓଡିଶା ଭାଗ୍ୟ ପରିବର୍ତ୍ତନ ସଭାରେ ଆକ୍ରମଣ କରାଯାଇଛି । ଖାରବେଳ ସଭାରେ ବସିଥିବା ବେଳେ ଜଣେ ଯୁବକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିବା ସହ ଯୁବକ ଜଣଙ୍କ ଖାରବେଳଙ୍କ ଟେବୁଲ ଉପରେ ଥିବା ପେପରକୁ ଆଣି ତାଙ୍କ ମୁହଁକୁ ମାରିଛନ୍ତି । ଏଥିରେ ଖାରବେଳଙ୍କ ଚଷମା ଖସିପଡିଥିଲା । ଯେଉଁ ଭିଡିଓଙ୍କୁ ନିଜ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି ଖାରବେଳ ସ୍ୱାଇଁ।

ଏହି ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ଘଟଣାରେ ବିଜେଡ଼ିର ସଂପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦଳର ମୁଖପାତ୍ର ସସ୍ମିତ ପାତ୍ର। ଏଥିସହ ସେ ଏହି ଆକ୍ରମଣ ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣକୁ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ କାଶୀପୁରରେ ହୋଇଥିବା ଆକ୍ରମଣକୁ ଟ୍ୱିଟ୍‌ କରି ନିନ୍ଦା କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହିତ ସେ ଶାସକ ଦଳକୁ ମଧ୍ୟ ଟାର୍ଗେଟ କରିଛନ୍ତି।

ସୂଚନା ମୁତାବକ, ଟିକିରିରେ ରାସ୍ତାକଡରେ ସଭା ସାରି ସେମାନେ କାଶିପୁର ଅଭିମୁଖେ ବାହାରି ଥିଲେ । କାଶିିପୁରରେ ଲିଫଲେଟ ବାଂଟିବା ସମୟରେ ଜଣେରୁ ୨ଜଣ ଯୁବକ ତାଙ୍କୁ ଧକ୍କା ମାରିବା ସହିତ ହାଣିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ଖାରବେଳ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ପୋଲିସର ଅନୁମତି ନିଆଯାଇଥିଲା । ଏହା ସତ୍ୱେ ଉତ୍କଳ ଭାରତ କେଉଁ ଦଳ ଆମେ ଜାଣିନାହୁଁ। ତେଣୁ ସଭା କରାଇଦିଆଯିବ ନାହିଁ ବୋଲି ଉକ୍ତ ଯୁବକମାନେ କହିଥିଲେ । ପୂର୍ବରୁ ମଧ୍ୟ କେନ୍ଦ୍ରାପଡା ଆଳିରେ ମଧ୍ୟ ଏମିତି ଏକ ସଭାରେ ତାଙ୍କୁ ଆକ୍ରମଣ ହୋଇଥିଲା ।

ସମ୍ବନ୍ଧିତ ଖବର