ସେ ‘ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା’(୧୯୫୯)ର ଜଗନ୍ନାଥ। ‘ମାଟିର ମଣିଷ’ (୧୯୬୬)ର ବରଜୁ। ‘ଅରୁନ୍ଧତୀ’ (୧୯୬୭)ର ମନୋଜ ଏବ˚ ‘କିଏ କାହାର’ (୧୯୬୮)ର ପ୍ରକାଶ- ଚଳଚ୍ଚିତ୍ର ଅଭିନେତା ଶରତ ପୂଜାରୀ। ସେ ରାଜନୀତିରେ ପାଦ ଥାପିଥିଲେ ଏ କଥା ଶୁଣିଲେ ଅନେକେ ହୁଏତ ବିଶ୍ବାସ କରିବେ ନାହିଁ। କିନ୍ତୁ କଥାଟି ସତ। ଆଜିକୁ ୪୮ ବର୍ଷ ତଳେ ୧୯୭୧ ମସିହାରେ ରାଜନୀତିକୁ ଆସିଥିଲେ ସେତେବେଳର ସବୁଠାରୁ ଜନପ୍ରିୟ ଅଭିନେତା ସମ୍ବଲପୁର ସହର ଝାଡ଼ୁଆପଡ଼ାର ମୂଳ ନିବାସୀ ଶରତ ପୂଜାରୀ।
Sambad is now on WhatsApp
Join and get latest news updates delivered to you via WhatsApp
ସେତେବେଳକୁ ଜନପ୍ରିୟ ସିନେତାରକା ରାଜନୀତିକୁ ଓହ୍ଲାଇବାର ପରମ୍ପରା ଆରମ୍ଭ ହେଉଥାଏ। ତାମିଲନାଡ଼ୁର ଅଭିନେତା ଏମ୍.ଜି. ରାମଚନ୍ଦ୍ରନ୍ ବିଧାନସଭାକୁ ଆସିଲେ ୧୯୬୭ରେ। ଜନପ୍ରିୟ ଚିତ୍ରନାଟ୍ୟ ଲେଖକ ଏମ୍. କରୁଣାନିଧି ମୁଖ୍ୟମନ୍ତ୍ରୀ ହେଲେ ୧୯୬୯ରେ। ତା’ର ଠିକ୍ ଦୁଇ ବର୍ଷ ପରେ ଓଡ଼ିଶାର ଜଣେ ସଫଳ ସିନେକଳାକାରଙ୍କୁ ରାଜନୀତିକୁ ଆଣିବାର ସାହସ ଦେଖାଇଥିଲେ ବିଜୁ ପଟ୍ଟନାୟକ। ନିଜର ନବଗଠିତ ଉତ୍କଳ କ˚ଗ୍ରେସ ଦଳରୁ ସେ ତାଙ୍କୁ ସମ୍ମାନଜନକ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲେ।
୧୯୫୯ ମସିହାରେ ନିଜର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିବା ଶରତ ପୂଜାରୀ ୬୦ ଦଶକରେ ଅନେକଗୁଡ଼ିକ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରି ଜନପ୍ରିୟତାର ଶୀର୍ଷରେ ଥିଲେ। ୧୯୩୪ରେ ଜନ୍ମିତ ଶରତ ଅର୍ଥନୀତିରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରି ୧୯୬୦ରେ ପଞ୍ଚାୟତ କଲେଜ, ବରଗଡ଼ରେ ଅଧୢାପକ ହେଲେ। ସେ ୧୯୬୮ରୁ ଲରମ୍ଭା କଲେଜର ଅଧୢକ୍ଷ ପଦରେ ଥାଆନ୍ତି। ଏତିକି ବେଳେ ତାଙ୍କ ପାଇଁ ଆସିଲା ନିର୍ବାଚନରେ ଯୋଗଦେବାର ଏକ ଆକସ୍ମିକ ସୁଯୋଗ। ତାଙ୍କ ନିଜ ଭାଷାରେ- ‘ତିନ୍ ବରଷ୍ ନାଇଁ ଯାଇଥାଇ, ଅକ୍ଲିଆ ଚଡ଼କ୍ଟେ ପଡ଼୍ଲା। ହେଇ ଛଅଫୁଟିଆ ଲୋକ୍ଟା ଯେ ମୋର୍ ସ˚ଗେ ବର୍ଗଡ଼୍ କଲେଜ୍ ନ ହାତ୍ ମିଲେଇ କରି ‘ଭେରିଗୁଡ଼୍ ଭେରିଗୁଡ଼୍’ କହିଥିଲା, ତା’ର୍ ନଜର୍ନ ପଡ଼ିଗଲି।’’
ଶରତ ପୂଜାରୀ ରାଜନୀତିରେ ନୂଆ। ନିର୍ବାଚନରେ ଅ˚ଶଗ୍ରହଣ କରିବା ପାଇଁ ସେତେଟା ଆଗ୍ରହୀ ନଥିଲେମଧୢ ବିଜୁବାବୁଙ୍କର ବଳିଷ୍ଠ ବ୍ୟକ୍ତିତ୍ବ ଆଗରେ ସେ ‘ନା’ କହିପାରି ନଥିଲେ। କଟକ ‘ଆନନ୍ଦ ଭବନ’ଠାରେ ତାଙ୍କ ସହ ବ୍ୟକ୍ତିଗତ ଆଲୋଚନା ପରେ ସେ ସମ୍ବଲପୁର ଆସନରୁ ଲଢ଼ିବା ପାଇଁ ରାଜି ହୋଇଥିଲେ। ତାଙ୍କୁ ଉତ୍ସାହ ଦେବାପାଇଁ ବିଜୁବାବୁ କହିଥିଲେ- ‘ଡ୍ଗଦିଜ୍ ଓଲ୍ଡ ଫୁଲ୍ସ ଡୋଣ୍ଟ ୱାଣ୍ଟ ଏନି ୟଙ୍ଗ ପିପଲ୍ ଟୁ ଫାଇଟ୍। ତମେ ଦେଖୁଛ ଶରତ, ଦେଶଟା କେମିତି ଆଗେଇବ? ୟୁ ଗିଭ୍ ଦେମ୍ ଏ ଫାଇଟ୍, ମ୍ୟାନ୍।’’
ସେହି ନିର୍ବାଚନରେ ସମ୍ବଲପୁର ଆସନ ପାଇଁ କ˚ଗ୍ରେସ ପ୍ରାର୍ଥୀ ଥାଆନ୍ତି ଶ୍ରୀବଲ୍ଲଭ ପାଣିଗ୍ରାହୀ। ବିଜୁବାବୁ ନିଜେ ଆସି ଶରତଙ୍କ ପାଇଁ ସମ୍ବଲପୁରରେ ଦୁଇ ତିନୋଟି ସଭା କରିଥିଲେ। ପୂଜାରୀ ମଧୢ ନିଜ ସାଧୢମତେ ଉଦ୍ୟମ କରିଥିଲେ। ମାତ୍ର ତାଙ୍କ ନିକଟରେ ରାଜନୈତିକ ଅଭିଜ୍ଞତା ନଥିଲା। ଇନ୍ଦିରାଗାନ୍ଧୀ ସମ୍ବଲପୁର ଆସି ଦୁଇଟି ସଭା କରିବା ପରେ ଜନମତ କ˚ଗ୍ରେସ ସପକ୍ଷରେ ଗଲାଏବ˚ ଏହି ଆସନରୁ ଶ୍ରୀବଲ୍ଲଭ ପାଣିଗ୍ରାହୀ ବିଜୟୀ ହେଲେ। ସ୍ବତନ୍ତ୍ର ଦଳ ଦ୍ବିତୀୟ ସ୍ଥାନରେ ଓ ଉତ୍କଳ କ˚ଗ୍ରେସର ଶରତ ପୂଜାରୀ ତୃତୀୟ ସ୍ଥାନରେ ରହିଲେ।
କଳାର ପୂଜାରୀ ଶରତଙ୍କ ପାଇଁ ଏହା ଥିଲା ପ୍ରଥମ ଓ ଶେଷ ନିର୍ବାଚନ ମ˚ଚପ୍ରବେଶ। ଥରେ ହାରିବା ପରେ ସେ ଆଉ ରାଜନୀତିକୁ ଓହ୍ଲାଇ ନାହାନ୍ତି। ତାଙ୍କର ବିଭିନ୍ନ ରଚନାକୁ ନେଇ ପ୍ରକାଶିତ ‘ନିଜସ୍ବ ଚିତ୍ରନାଟ୍ୟ ସ୍ମୃତିପଥ’ରେ ସ˚କଳିତ ଏକ ରଚନାରେ ସେ କୁହନ୍ତି- ‘ଡ୍ଗଭୋଟ୍ ସର୍ଲା, ମୁଇଁ ହାର୍ଲି। ମତେ ଉସାସ୍ଟେ ଲାଗ୍ଲା। ବଢେ଼ଟେ ଫାଣ୍ଟାସି ସିନେମାଟେ ଦେଖ୍ଲା ବାଗିର ଲାଗ୍ଲା…।’’
ସ୍ବପ୍ନଭଙ୍ଗର ଏହା ଥିଲା ଏକ ମାର୍ମିକ ଅଭିବ୍ୟକ୍ତି।