ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ବିପିଏ ଓ ଏମ୍‌ପିଏ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ଏହା ଅଧୀନ ସହବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ପ୍ରଦର୍ଶନ କଳା ସ୍ନାତକ(ବିପିଏ) ୮ମ ‌ସେମିଷ୍ଟର(ରେଗୁଲାର ଓ ବ୍ୟାକ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୧୫୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଏମ୍‌ପିଏ(ପ୍ରଦର୍ଶନ କଳା ସ୍ନାତକୋତ୍ତର) ଦ୍ବିତୀୟ ଓ ୪ର୍ଥ ସେମିଷ୍ଟରର ରେଗୁଲାର ଓ ବ୍ୟାକ୍‌ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଏଥିରେ ୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର