ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସିଟ୍‌ ପୂରଣ ଚିନ୍ତା : ୧୪ରେ ହେବ ସ୍ପଟ୍‌ ନାମଲେଖା

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଖାଲି ଥିବା ସିଟ୍‌ ପୂରଣ ପାଇଁ ପୁଣିଥରେ ହେବ ନାମଲେଖା।

ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବି ସିଟ୍‌ ଖାଲି ରହିଥିବାରୁ ଅଗଷ୍ଟ ୧୪ରେ ସ୍ପଟ୍‌ ଆଡମିସନ୍‌ କରାଯିବ। ଚିତ୍ରକଳା ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ପାଇଁ ନାମଲେଖା ହେବ। ଆଗ୍ରହୀ ଛାତ୍ରଛାତ୍ରୀ ସେହିଦିନ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ ମଧ୍ୟରେ ପିଜି କାର୍ଯ୍ୟାଳୟରେ ରିପୋର୍ଟିଂ କରିବାକୁ କୁହାଯାଇଛି।

ମଧ୍ୟାହ୍ନ ୧୨ଟା ପରେ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ଦିଆଯିବ ନାହିଁ। ମେରିଟ୍‌ ଲିଷ୍ଟ ଅନୁଯାୟୀ ନାମଲେଖା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ବି ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ୩୪୧ ସିଟ୍‌ ଖାଲି ପଡ଼ିଛି। ୨୦ଟି ବିଭାଗରେ ମାତ୍ର ୧୨୩ ଜଣ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ଅଧିକାଂଶ ବିଭାଗରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ ଟପି ନ ଥିବା ବେଳେ ୩ଟି ବିଭାଗରେ ପିଲା ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର