ନିରାଡମ୍ବର ଭାବେ ପାଳନ ହେବ ଉତ୍କଳ ଦିବସ

ଭୁବନେଶ୍ୱର: ଆସନ୍ତାକାଲି ଉତ୍କଳ ଦିବସ ପାଳନ ହେବ । କିନ୍ତୁ ଏଥର ଆଡମ୍ବର ସହିତ ଏହି ଦିବସ ପାଳନ ହେବ ନାହିଁ । କରୋନା ଭାଇରସ ସଂକ୍ରମଣ ଯୋଗୁଁ ସମଗ୍ର ଭାରତ ସମେତ ଓଡ଼ିଶାରେ ୨୧ ଦିନିଆ ଲକଡାଉନ ଘୋଷଣା ହୋଇଥବାରୁ ଉତ୍କଳ ଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଦିବସ ପାଳନ ନେଇ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ଯେ, କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ରହିପାରିବେ ନାହିଁ ।

ସମ୍ବନ୍ଧିତ ଖବର