ଉତ୍କଳ ଦିବସ ପାଇଁ ସରକାରୀ କାର୍ଯ୍ୟାଳୟ ନୀଳ ଆଲୋକରେ ସଜେଇ ହେବ

ଭୁବନେଶ୍ୱର : ଉତ୍କଳ ଦିବସ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ନୀଳ ଆଲୋକରେ ସଜା ଯିବ। ଏପ୍ରିଲ ୨ରେ ବିଶ୍ୱ ଅଟିଜିମ୍‌ ଦିବସ ପାଳନ ହେଉଥିବାରୁ ଏହି ଦୁଇ ଦିନ ସରକାରୀ କାର୍ଯ୍ୟାଳୟଗୁଡ଼ିକ ନୀଳ ଆଲୋକରେ ସଜେଇ ହେବ। ଅଟିଜିମ୍‌ର ସାଙ୍କେତିକ ଚିହ୍ନ ନୀଳ ରଙ୍ଗ ହୋଇଥିବାରୁ ସେମାନଙ୍କୁ ସମ୍ମାନ ଜଣାଇ ଏହି ରଙ୍ଗର ଆଲୋକ ଲଗାଇବାକୁ କୁହାଯାଇଛି ବୋଲି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର