ପାଟକୁରା ପାଇଁ ବିଜେଡିର ସଂଯୋଜକ ହେଲେ ଉତ୍କଳ

ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ଦିନକୁ ଦିନ ପ୍ରଚା‌ର ସରଗରମ ହେବାରେ ଲାଗିଛି। ଏହି ଆସନ ଯେପରି ବିଜେଡିର ହାତଛଡ଼ା ନହେବ ସେଥିିପାଇଁ ସଂଖ୍ୟାଧିକ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନେ ପାଟକୁରାରେ ଡେରା ପକାଇଛନ୍ତି। ଏଭଳି ସମୟରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଉତ୍କଳ କେଶରୀ ପରିଡ଼ାଙ୍କୁ ଦଳର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ପାଟକୁରା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ନେଇ ବିଜେଡିର କର୍ମୀ ମହଲରେ ଅସନ୍ତୋଷ ଥିବାବେଳେ ଏବେ ସେହି ଜିଲ୍ଲାର ନେତାଭାବେ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାରେ ଶ୍ରୀ ପରିଡ଼ା ସହାୟକ ହେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର