‘ଫନି’ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେଉଥିବା ସବୁ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର: ପୂର୍ବରୁ ବାତ୍ୟା ଫନିକୁ ଆଖି ଆଗରେ ରଖି ୧୨ ତାରିଖକୁ ଘୁଞ୍ଚାଯାଇଥିବା ପରୀକ୍ଷାକୁ ପୁଣି ଥରେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକୋତ୍ତର ପରୀକ୍ଷାକୁ ୨୦ ମେ ୨୦୧୯ ଯାଏ ବାତିଲ୍‌ କରାଯାଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତି ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରିନି। ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଛି। କ୍ୟାମ୍ପସରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକ କଟା ସରିନି। ଯେଉଁଥି ପାଇଁ ବିଭିନ୍ନ ପିଜି ବିଭାଗର ସେମିଷ୍ଟର ପରୀକ୍ଷା ମେ’ ୭ ରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ୍‌ କରାଯାଇଥିଲା।

ସେପଟେ ବାତ୍ୟା ‘ଫନି’ ପାଇଁ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୪ ତାରିଖରୁ ସ୍ନାତକର ଷଷ୍ଠ ଓ ସ୍ନାତକୋତ୍ତରର ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ। ଅନ୍ୟ ସମସ୍ତ ପରୀକ୍ଷା ଯଥା ସ୍ନାତକ ଦ୍ଵିତୀୟ, ଚତୁର୍ଥ ଓ ସ୍ନାତକୋତ୍ତର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ଆସନ୍ତା ଜୁନ ୨୫ ତାରିଖରୁ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟା ଯୋଗୁ ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବାୟୋ-ଟେକ୍ନୋଲଜି/ମାଇକ୍ରୋ-ବାୟୋଲଜି/ଏମ୍‌.ଏସ୍‌.ସି କମ୍ପ୍ୟୁଟର ସାଇନ୍‌ସ/ ଏମ୍‌.ଜେ.ଏମ୍‌.ସି/ଏଲ.ଏଲ.ଏମ୍‌ /ଓଡିଆ/ଆଇଏମବିଏ ଇତ୍ୟାଦି ବିଷୟ ଗୁଡିକର ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି। ଷଷ୍ଠ ସେମିଷ୍ଟାର୍‌ (ସିବିସିଏସ୍‌) ତୃତୀୟ ବର୍ଷ ଏଲ.ଏଲ.ବି ଡିଗ୍ରୀ ପରୀକ୍ଷା ୧.୦୭.୨୦୧୯ ରେ ହେବ।

ସମ୍ବନ୍ଧିତ ଖବର