ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ଓ ଛାତ୍ରଛାତ୍ରୀମାନେ ସୈନିକ ସ୍କୁଲ ନିକଟରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପ(ଏମ୍ସିସି) ପରିଦର୍ଶନ କରିଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଏମ୍ସିସି କେନ୍ଦ୍ରରେ ଆବର୍ଜନା ପ୍ରକ୍ରିୟାକରଣ ଉପରେ ଜ୍ଞାନ ଆହରଣ କରିଛନ୍ତି।
ପୃଥକ୍ ପୃଥକ୍ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ଯୋଜନା ରହିଥିଲେ ମଧ୍ୟ ଶତପ୍ରତିଶତ ସଫଳ ହୋଇପାରୁନାହିଁ। ଏଣୁ ଏକତ୍ର ଆସୁଥିବା ଆବର୍ଜନାକୁ କିଭଳି ପୃଥକ୍ କରାଯାଉଛି, ଏହାର କ’ଣ ଆବଶ୍ୟକତା ରହିଛି, ସମ୍ପ୍ରତି ଏହାର କ’ଣ ଗୁରୁତ୍ବ ରହିଛି, ସେନେଇ ଛାତ୍ରଛାତ୍ରୀମାନେ ପଚାରି ବୁଝିଥିଲେ। ଏହି କ୍ଷେତ୍ର ପରିଦର୍ଶନ ଶିକ୍ଷଣୀୟ ଥିଲା, ଆମେ ଏହାକୁ ନିଜ କ୍ୟାମ୍ପସରେ କରିବୁ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ। ଯେଉଁଠି ଏହି ପୃଥକୀକରଣର ସମସ୍ୟା ରହିଛି ସେଠାକୁ ଯାଇ ଏହାର ଗୁରୁତ୍ବ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କେତେକ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/28-1.jpg)