ଉତ୍କଳ ବିଶ୍ୱବିଦ୍ୟାଳୟ ବିବିଏ ଓ ବିସିଏ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ୯ ଜିଲାର ୮୦ ମହାବିଦ୍ୟାଳୟର ବିବିଏ ଓ ବିସିଏ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଷଷ୍ଠ ସେମିଷ୍ଟର୍‌ର ପାସ୍‌ ହାର ୯୨.୫ % ଓ ସମସ୍ତ ୬ଟି ସେମିଷ୍ଟର୍‌ର ସାମଗ୍ରିକ ପାସ୍‌ ହାର ୬୩ % ହୋଇଛି। ଆସନ୍ତାକାଲି ସମସ୍ତ ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ପ୍ରଦାନ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ବିଶ୍ବବିଦ୍ୟାଳୟ ଅଧୀନ କଲେଜଗୁଡ଼ିକର କଳା, ବାଣିଜ୍ୟ ଓ ବିଜ୍ଞାନଫଳ ପ୍ରକାଶ ପାଇ ସାରିଛି।

ସମ୍ବନ୍ଧିତ ଖବର