ବଦଳିଲେ ଉତ୍କଳ ବିଶ୍ବବିଦ୍ୟାଳୟ ସିଡିସି

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ଯୋଗାଣ ତୁରନ୍ତ ସ୍ବାଭାବିକ କରିବା ଦାବିରେ ସହଯୋଗୀ ଓ କର୍ମଚାରୀଙ୍କ ସହ ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ୍‌ ନିକଟରେ ଧାରଣାରେ ବସିବା ମହଙ୍ଗା ପଡ଼ିଛି। ଏଥିପାଇଁ ବିଶ୍ବବିଦ୍ୟାଳୟ କଲେଜ ଡେଭଲପମେଣ୍ଟ କାଉନସିଲ୍‌ (ସିଡିସି) ନିର୍ଦ୍ଦେଶକ ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କୁ ତାଙ୍କ ପଦରୁ ଅବ୍ୟାହତି ଦିଆଯାଇଛି। ତାଙ୍କ ସ୍ଥାନରେ ପିଜି କାଉନସିଲ୍‌ ଚେୟାରମ୍ୟାନ୍ ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର