ବଦଳିଲା ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବ ସମୟ

ଭୁବନେଶ୍ବର : ୨୦୧୬-୧୭ ଶିକ୍ଷାବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରୁ ପିଏଚ୍‌ଡି, ଡିଲିଟ୍‌, ସ୍ବର୍ଣ୍ଣ ପଦକ ଓ ଅନ୍ୟାନ୍ୟ ପ୍ରାୟୋଜିତ ପୁରସ୍କାର ଆସନ୍ତା ୨୫ ତାରିଖରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ସେହିଦିନ ଅପରାହ୍‌ଣ ୩ଟା ୩୦ରେ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପଞ୍ଜୀକରଣ ସମୟ ସେହିଦିନ ଅପରାହ୍‌ଣ ୧ଟା ୩୦ ରଖାଯାଇଛି। ସେହିପରି ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ମାର୍ଚ୍ଚ ୨୯ ଅପରାହ୍‌ଣ ୪ଟାରେ ୪୯ତମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେବ। ପୂର୍ବରୁ ୨୯ ତାରିଖ ପୂର୍ବାହ୍ନରେ ଏହି ଉତ୍ସବ ହେବ ବୋଲି କର୍ତୃପକ୍ଷ ସୂଚନା ଦେଇଥିଲେ। ଏଥିପାଇଁ ପଞ୍ଜୀକରଣ ସମୟ ସେହିଦିନ ଅପରାହ୍‌ଣ ୨ଟା ରଖାଯାଇଛି। ଏଥିରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହେବାକୁ ଥିବା ଛାତ୍ରଛାତ୍ରୀ ଉତ୍କଳ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରୁ ଅଧିକ ତଥ୍ୟ ଜାଣିପାରିବେ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଆଜି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା‌ ଦେଇଛନ୍ତି।

ସମ୍ବନ୍ଧିତ ଖବର