ଉତ୍କଳ ବିଶ୍ବବିଦ୍ୟାଳୟରେ ପରୀକ୍ଷା ୨୦ ଯାଏଁ ଘୁଞ୍ଚିଲା, ମେ ୨୧ରୁ ପରୀକ୍ଷା ହେବ

ଭୁବନେଶ୍ବର : ବାତ୍ୟା ଫନି ଯୋଗୁଁ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ବିଭାଗଗୁଡ଼ିକରେ ହେବାକୁ ଥିବା ସମସ୍ତ ପରୀକ୍ଷା ମେ ୧୨ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିବାବେଳେ ଆଜି ଏହାକୁ ପୁଣି ମେ ୨୦ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ମେ ୨୧ରୁ ସମସ୍ତ ପିଜି ବିଭାଗରେ ପରୀକ୍ଷା ହେବ ବୋଲି କୁହାଯାଇଛି। ଏବେ ଉତ୍କଳ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ ହୋଇନଥିବାରୁ ଏବଂ ଭାଙ୍ଗି ଯାଇଥିବା ଗଛ ଉଠିନଥିବାରୁ କ୍ୟାମ୍ପସ ସ୍ଥିତି ସ୍ବାଭାବିକ ହୋଇନି। ଏହାକୁ ନଜରରେ ରଖି ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସମସ୍ତ ପରୀକ୍ଷା ମେ ୨୧ରୁ କରିବାକୁ ନିଷ୍ପତ୍ତିି ନେଇଛନ୍ତି।

ସେହିପରି ଏଲ୍‌ଏଲ୍‌ବିର ଷଷ୍ଠ ସେମିଷ୍ଟାର ପରୀକ୍ଷା ଜୁଲାଇ ୧ରୁ, +୩ ଛାତ୍ରଛାତ୍ରୀଙ୍କ ରେଗୁଲାର୍ ଓ ବ୍ୟାକ୍ ପେପର୍ ପରୀକ୍ଷା ଜୁନ୍ ୨୦ରୁ, ବିବିଏ, ବିସିଏ ଷଷ୍ଠ ସେମିଷ୍ଟାର ପରୀକ୍ଷା ମେ ୩୦ରୁ, ଏମ୍‌.ଫାର୍ମର ପ୍ରଥମ ସେମିଷ୍ଟାର ପରୀକ୍ଷା ମେ ୨୧ରୁ ଆରମ୍ଭ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର