ସଂସ୍କୃତି ବିଶ୍ୱବିଦ୍ୟାଳୟର ବିପିଏ ଓ ବିଭିଏ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଅଧୀନ ମହାବିଦ୍ୟାଳୟର ବିପିଏ ପ୍ରଦର୍ଶନ କଳା(ସ୍ନାତକ) ଓ ଦୃଶ୍ୟକଳା(ବିଭିଏ)ର ଦ୍ବିତୀୟ, ୪ର୍ଥ ଓ ୬ଷ୍ଠ ସେମିଷ୍ଟର୍‌ ପରୀକ୍ଷା ଫଳ ଆଜି ଅପରାହ୍‌ଣରେ ପ୍ରକାଶ ପାଇଛି। ବିପିଏ ପ୍ରଦର୍ଶନ କଳା ଦ୍ବିତୀୟ ସେମିଷ୍ଟର୍‌ରେ ୧୫୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୪ର୍ଥ ସେମିଷ୍ଟର୍‌ରେ ୧୪୪ ଜଣ ଓ ଷଷ୍ଠ ସେମିଷ୍ଟର୍‌ରେ ୧୧୯ଜଣ ପାସ୍‌ କରିଛନ୍ତି।

ସେହିପରି ଦୃଶ୍ୟ କଳା(ବିଭିଏ) ଦ୍ବିତୀୟ ସେମିଷ୍ଟର୍‌ ପରୀକ୍ଷାରେ ୩୩୬, ୪ର୍ଥ ସେମିଷ୍ଟର୍‌ରେ ୩୧୦ ଓ ଷଷ୍ଠ ସେମିଷ୍ଟର୍‌ରେ ୨୧୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଫଳ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି ବୋଲି ପରୀକ୍ଷା ନିୟନ୍ତ୍ରକ ମନୋଜ କୁମାର ଦାସ କହିଛନ୍ତି।

ସମ୍ବନ୍ଧିତ ଖବର