ଉତ୍କଳରେ ଶିଶୁଙ୍କ ପାଇଁ ହେବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ

ଭୁବନେଶ୍ୱର : ଶିଶୁଙ୍କ ପ୍ରାରମ୍ଭିକ ବିକାଶ ଉପରେ ଅଧିକ ଗବେଷଣା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ମନୋସ୍ତତ୍ତ୍ୱ ବିଜ୍ଞାନ ବିଭାଗରେ ଆଜି ପ୍ରତିଷ୍ଠା ହୋଇଛି ସେଣ୍ଟର ଅଫ୍‌ ଏକ୍ସଲେନ୍ସ। ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୟୁନିସେଫ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମନୋସ୍ତତ୍ତ୍ୱ ବିଭାଗରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ୟୁମି ବେ ଓ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ମଧ୍ୟରେ ରାଜିନାମା କରାଯାଇଛି। ୫ ବର୍ଷ ଲାଗି ଏହି କାର୍ଯ୍ୟକ୍ରମ ଜାରି ରହିବ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳସଚିବ ଦୟାନିିଧି ନାୟକଙ୍କ ସମେତ ଆଇକ୍ୟୁଏସିର ପ୍ରଭାତୀ କେ ମହାପାତ୍ର, ଅବସରପ୍ରାପ୍ତ ମନୋସ୍ତତ୍ୱ ବିଭାଗ ପ୍ରଫେସର ୟୁ.ଏନ. ଦାଶ, ୟୁନିସେଫ୍‌ର ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମନୋସ୍ତତ୍ତ୍ୱ ବିଭାଗର ପ୍ରଫେସର ପ୍ରଫେସର ଭାଶ୍ୱତୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ପ୍ରଫେସର ନମିତା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର