ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ୨୩ରୁ, ସ୍ମରଣିକା ପାଇଁ ଲେଖା ଆହ୍ୱାନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନୀ ଉତ୍ସବ ଆସନ୍ତା ୨୩ ତାରିଖଠାରୁ ୫ଦିନ ଧରି ପାଳିତ ହେବ। ଉତ୍ସବର ସଫଳତା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଉତ୍ସବ ପ୍ରସ୍ତୁତି କେତେ ବାଟ ଆଗେଇଛି, ଆଉ କ’ଣ ବାକି ରହିଛି, ସବୁ ପୁରାତନ ଛାତ୍ରଛାତ୍ରୀଙ୍କୁ କିଭଳି ଉତ୍ସବରେ ସାମିଲ କରାଯାଇ ପାରିବ, ସେନେଇ ବିସ୍ତୃତ ଭାବେ ଏଥିରେ ଆଲୋଚନା କରାଯାଇଥିଲା। ଏଥିସହ ଏକ ସ୍ମରଣିକା ପ୍ରସ୍ତୁତ କରିବାକୁ ମଧ୍ୟ ସ୍ଥିର କରାଯାଇଥିଲା। ଏଥିରେ ସ୍ଥାନିତ ହେବାକୁ ଥିବା ପ୍ରବନ୍ଧ ଓ କବିତା ପାଇଁ ଲେଖା ଆହ୍ୱାନ କରାଯାଇଛି। ବିଶ୍ୱବିଦ୍ୟାଳୟ ସମ୍ପର୍କିତ ଅନୁଭୂତି, ବୌଦ୍ଧିକ ଚିନ୍ତନ ଏଥିରେ ସ୍ଥାନ ପାଇବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଓଡ଼ିଆ, ଇଂରାଜୀ ଓ ସଂସ୍କୃତ ଭାଷାରେ ଲେଖା ପଠାଇ ପାରିବେ। ପ୍ରବନ୍ଧ ୭୦୦ ଶବ୍ଦରୁ ଓ କବିତା ୨୫୦ ଶବ୍ଦରୁ ଅଧିକ ଯେପରି ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ନଭେମ୍ବର ୨୧ ସୁଦ୍ଧା ପଠାଇ ପାରିବେ ବୋଲି ପୁରାତନ ଛାତ୍ରଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର