ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ଅଶାନ୍ତି ଓ ଗଣ୍ଡଗୋଳକୁ ବିରୋଧ କରି ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦାକୁ ଗୋଡ଼ କାଢ଼ିଛନ୍ତି। ନିର୍ଦ୍ଦିଷ୍ଟ କେତେକ ଛାତ୍ରଗୋଷ୍ଠୀ ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତି ସୃଷ୍ଟି କରୁଥିବାରୁ ବିଶ୍ୱବିଦ୍ୟାଳୟର ଗାରିମାରେ ଆଞ୍ଚ ଆସୁଛି। ତେଣୁ ତୁରନ୍ତ ବିଶ୍ୱିଦ୍ୟାଳୟ ପରିସରରେ ଶାନ୍ତି ଫେରାଇ ଆଣିବା ଦାବିରେ ଆଜି ବିଶ୍ୱବିଦ୍ୟାଳୟ କୁଳପତି ଏସଏମ ପଟ୍ଟନାୟକ ଅନ୍ୟ ପ୍ରଫେସର, ଅଧ୍ୟାପକ ଓ ଷ୍ଟାଫ୍ ମାନଙ୍କ ସହିତ ମିଶି ସକାଳ ୮ଟାରୁ ବାଣୀବିହାର ପରିସରରେ ଧାରଣାରେ ବସିଛନ୍ତି।ଏହି ଧାରଣା ଶାନ୍ତି ଫେରିଆସିବା ଯାଏ ଚାଳିବ ବୋଲି ଜଣାପଡ଼ିିଛି। ଓଲ୍ଡ ଷ୍ଟୁଡେଣ୍ଟସ୍ କନ୍ଭୋକେସନ୍ ହଲ ସାମ୍ନାରେ କୁଳପତି ଓ ଅନ୍ୟ ଅଧ୍ୟାପକମାନେ ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ, ଆଉ ଏକ ଛାତ୍ରଗୋଷ୍ଠୀ ମଧ୍ୟ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ଫେରାଇ ଆଣିବା ଦାବିରେ ଆନ୍ଦୋଳନ କରୁଛନ୍ତି।
ବାଣୀବିହାରରେ ଶାନ୍ତିି ଫେରାଇ ଆଣିବାକୁ ଧାରଣାରେ ବସିଲେ କୁଳପତି
/sambad/media/post_attachments/wp-content/uploads/2017/10/vbc-utkal-university.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)