ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଚୟନ ଲାଗି ଗଠିତ ସର୍ଚ୍ଚ କମିଟି ପରିବର୍ତନ କରାଯାଇଛି। ପୂର୍ବରୁ ଗଠନ ହୋଇଥିବା କମିଟିରେ ସିଣ୍ଡିକେଟ ମନୋନୀତ ସଦସ୍ୟ ଥିବା ବ୍ୟକ୍ତିଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧିନିୟମ-୨୦୨୦ ଆଧାରରେ ଚୟନ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କ ଦ୍ବାରା ଗଠିତ ଏହି କମିଟିରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି କୁଳାଧିପତିଙ୍କ ନୋମିନି ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ପାଣି କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ରହିଛନ୍ତି। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟର ପ୍ରଫେସର ନାଗେଶ୍ବର ରାଓ ୟୁଜିସି ଅଧ୍ୟକ୍ଷଙ୍କ ନୋମିନି ଭାବେ କମିଟିର ସଦସ୍ୟ ରହିଛନ୍ତି। ପୂର୍ବ କମିଟିରେ ମଧ୍ୟ ଏହି ଦୁଇ ଜଣ ସଦସ୍ୟ ରହିଥିଲେ। ରାଜ୍ୟ ସରକାରଙ୍କ ନୋମିନି ଭାବେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି କମିଟିର ଅନ୍ୟତମ ସଦସ୍ୟମାନେ ମନୋନୀତ ହୋଇଛନ୍ତି।
ଉଚ୍ଚଶିକ୍ଷା ସଚିବଙ୍କୁ ସର୍ଚ୍ଚ କମିଟିର ଆବାହକ ଭାବେ କୁଳାଧିପତିଙ୍କ ଦ୍ବାରା ମନୋନୀତ ହୋଇଛନ୍ତି। କୁଳପତି ପଦ ପାଇଁ ବିଜ୍ଞାପନ ପ୍ରକାଶଠାରୁ ଆରମ୍ଭ କରି ଆବେଦନପତ୍ରକୁ ସ୍କ୍ରୁଟିନାଇଜ୍ କରିବା ସଚିବଙ୍କ ଦାୟିତ୍ବ। ଆବେଦନ ଶେଷ ହେବା ପରେ ଉଚ୍ଚଶିକ୍ଷା ସଚିବ ଆବେଦନପତ୍ରଗୁଡ଼ିକୁ ସ୍କ୍ରୁଟିନାଇଜ୍ କରି ସର୍ଚ୍ଚ କମିଟି ଆଗରେ ଉପସ୍ଥାପନ କରିବେ। ଏହାପରେ ସର୍ଚ୍ଚ କମିଟି ପକ୍ଷରୁ ଆବେଦନକାରୀ ପ୍ରଫେସରଙ୍କ ସାକ୍ଷାତକାର କରାଯିବ। ସେଥିମଧ୍ୟରୁ ୩ ଜଣ ପ୍ରଫେସରଙ୍କ ନାମ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ଉକ୍ତ ୩ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ କୁଳାଧିପତି ଜଣେ ପ୍ରଫେସରଙ୍କୁ କୁଳପତି ଭାବେ ନିଯୁକ୍ତି ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/utkal-university.jpg)