ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋକୁ ଐତିହ୍ୟ ଗ୍ରାମ କରାଯିବ

ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ କରାଯିବ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦମ୍ୟ ଆରମ୍ଭ ହୋଇଛି। ଏ ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସହ ଏକ ପ୍ରତିନିଧିମଣ୍ଡଳୀ ସୁଆଣ୍ଡୋ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଐତିହ୍ୟ ଗ୍ରାମ ପାଇଁ ସୁଆଣ୍ଡୋ ବ୍ରିଜ୍‌ଠାରୁ ସୁଆଣ୍ଡୋ ଗ୍ରାମକୁ ୨୦ ଫୁଟ୍‌ ଓସାରରେ ଦୁଇ ଥାକିଆ ରାସ୍ତା, ପ୍ର ମୋଦ ଉଦ୍ୟାନ ଏବଂ ଷଠୀ ଘରର ଉନ୍ନତୀକରଣ ଓ ସଂଗ୍ରହାଳୟ ନିର୍ମାଣ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର କସ୍ତୁରି ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ନିମାପଡ଼ା ଜଳସେଚନ ଉପଖଣ୍ଡ ଅଧିକାରୀ ବିରଞ୍ଚି କୁମାର ସେନାପତି, ଇନ୍‌ଟାକ ପକ୍ଷରୁ ଅଶୋକ ପଣ୍ଡା, ବଳରାମପୁର ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ଧଳ, ଆଇନଜୀବୀ ଉପେନ୍ଦ୍ର କୁମାର ବିଶ୍ୱାଳ, ଦୁଗଲ ସରପଞ୍ଚ ପ୍ରକାଶ ଚନ୍ଦ୍ର ଖଟୋଇ, ବିଦ୍ୟାଧରପୁର ସରପଞ୍ଚ ରଶ୍ମିତା ପ୍ରଧାନ, ଜିଆରଏସ୍‌ ମିନତି ସାହୁ, ଧୀରେନ୍ଦ୍ର ନାଥ ଦାଶ, ରବୀନ୍ଦ୍ର ନାଥ ଦାଶ, ସତ୍ୟବାଦୀ ବ୍ଲକ୍‌ ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର