ଭୁବନେଶ୍ବର : ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ କିଛି ସୀମିତ ଟ୍ରେନ୍ରେ ଅଣସଂରକ୍ଷିତ(ୟୁଟିଏସ) ଟିକେଟ୍ ବୁକିଂ ଦ୍ୱାରା ଯାତ୍ରା ପାଇଁ ଅନୁମତି ଦେଇଛି। ତାହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ପାଇଁ ୟୁଟିଏସ ଟିକେଟ୍ ମାଧ୍ୟମରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ଏବେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ମଧ୍ୟରେ ପୁରୀ-ଅନୁଗୁଳ-ପୁରୀ ସ୍ପେସାଲ୍(୦୮୪୨୮/୦୮୪୨୭) ଓ ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ୍ ସ୍ୱତନ୍ତ୍ର ଟ୍ରେନ୍(୦୮୪୫୬/୦୮୪୫୫)ରେ ୟୁଟିଏସ୍ ଟିକେଟ୍ ସୁବିଧା ଉପଲବ୍ଧ କରାଯିବ। ୱାଲଟିୟର୍ ଓ ସମ୍ବଲପୁର ରେଳ ମଣ୍ଡଳ ମଧ୍ୟରେ ଗୁଣୁପୁର-ବିଶାଖାପାଟଣା-ଗୁଣୁପୁର ସ୍ପେସାଲ୍(୦୮୫୨୧/୦୮୫୨୨), ରାୟପୁର-ବିଶାଖାପାଟଣା-ରାୟପୁର ସ୍ପେସାଲ୍(୦୮୫୨୭/୦୮୫୨୮), ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ ସ୍ପେସାଲ(୦୮୨୬୩/୦୮୨୬୪) ଏବଂ କାକିନଡ଼ା-ବିଶାଖାପାଟଣା-କାକିନଡ଼ା ବିଶେଷ ଟ୍ରେନ୍(୦୭୨୬୫/୦୭୨୬୬)ରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ୍ ଯାତ୍ରା ପାଇଁ ଅନୁମତି ଦିଆଯାଇଛି।
ଏହାବ୍ୟତୀତ ଖୁବ୍ଶୀଘ୍ର ଚଳାଚଳ କରିବାକୁ ଥିବା ଖୋର୍ଦ୍ଧାରୋଡ୍-ପୁରୀ-ଖୋର୍ଦ୍ଧାରୋଡ୍ ପାସେଞ୍ଜର ସ୍ପେସାଲ୍ ଓ ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର ସ୍ପେସାଲ୍ ଟ୍ରେନ୍ରେ ୟୁଟିଏସ ଟିକେଟ୍ ମାଧ୍ୟମରେ ଟ୍ରେନ୍ ଯାତ୍ରା ପାଇଁ ଅନୁମତି ମିଳିବ। କୋଭିଡ୍ ପାଇଁ ଟ୍ରେନ୍ ଯାତ୍ରା ସମ୍ବନ୍ଧୀୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ଅନୁଯାୟୀ, ସମ୍ପୂର୍ଣ୍ଣ ପ୍ରତୀକ୍ଷା ତାଲିକା ଥିବା ଟ୍ରେନ୍ ଟିକେଟ୍ ଯାତ୍ରୀଙ୍କୁ ଟ୍ରେନ୍ରେ ଯାତ୍ରା କରିବା ଓ ଷ୍ଟେସନ୍ରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ଅଣସଂରକ୍ଷିତ ୟୁଟିଏସ ଟିକେଟ୍କୁ ବର୍ତ୍ତମାନ ଉପରୋକ୍ତ ସୀମିତ ଟ୍ରେନ୍ଗୁଡ଼ିକରେ ଅନୁମତି ଦିଆଯାଉଛି। ଯେଉଁଥିରେ କେବଳ ଏହିପରି ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/trains-aaa.jpg)