ବ୍ୟାସନଗର : ଚୋରି ଅଭିଯୋଗରେ ଗତକାଲି ମୋବାଇଲ ଟ୍ରାକ୍‌ କରି ଯାଜପୁର ରୋଡ୍‌ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ଏଲ୍‌ଇଡି ଟିଭି ସହ ୬ଟି ମୋବାଇଲ ଫୋନ ଜବତ ହୋଇଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ଯାଜପୁର ରୋଡ୍‌ ଥାନା କାଚହୁଡ଼ିସାହିର ଟୁନା ଦେହୁରୀ (୨୫) ଓ ସୋବରା ଗ୍ରାମର ଫୁକୁଲ ମୁଦୁଲି (୨୭)। ଏ ସଂକ୍ରାନ୍ତରେ ମାମଲା ନଂ ୯୦/୨୩ ରୁଜୁ ହୋଇଛି।

Advertisment

ପୁଲିସ ସୂଚନା ଅନୁଯାୟୀ ହୁଡ଼ିସାହିର ଅନେକ ଲୋକଙ୍କ ଘରୁ ବିଭିନ୍ନ ସମୟରେ ଟିଭି ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କିଛି ମୋବାଇଲ ବ୍ୟବହାର ହେଉଥିବାର ପୁଲିସ ଜାଣିବା ପରେ ତାକୁ ଟ୍ରାକିଂ କରି ଚୋରଙ୍କ ପାଖରେ ପହଞ୍ଚିଥିଲା ପୁଲିସ। ଗତକାଲି ପୁଲିସର ଏକ ଟିମ୍ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ଘର ଉପରେ ଚଢ଼ଉ କରି ସେମାନଙ୍କୁ ଉଠାଇ ଆଣିଥିଲା। ପଚରାଉଚରା ପରେ ସେମାନଙ୍କଠାରୁ ଦୁଇଟି ଏଲ୍‌ଇଡି ଟିଭି ସହ ୬ଟି ମୋବାଇଲ ଜବତ କରିଥିଲା। ଉଭୟ ବିଭିନ୍ନ ସମୟରେ ଚୋରି ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିଲେ। ଜେଲରୁ ଫେରିବା ପରେ ପୁଣି ଚୋରିରେ ମାତୁଥିବା ପୁଲିସ କହିଛି। ଉଭୟଙ୍କୁ ଦଫା ୩୮୦, ୩୫୭, ୪୧୧ ଆଇପିସିରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।